• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଚୋରା ବିଦେଶୀ ମଦ କାରବାର ନେଇ ଜଣେ ଅଟକ ଦୁଇ ଫେରାର

Bymamatanews

Mar 1, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ନେଇ ଚଢାଉ ବେଳେ ଜଣେ ଧରାପଡିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ପୋଲିସର ସୂଚନା ମହୀଧରପୁର ଫାଣ୍ଡି ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ IPS ହର୍ଷିତା ଆଡ଼େପୁ ନେତୃତ୍ୱରେ ବଅଁରପାଳ ପୋଲିସ ସଦଳବଳ ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲେ। ପ୍ରଥମେ ସନ୍ତରାପୁର୍ (ଖ) ପଞ୍ଚାୟତରେ ଅଙ୍ଗାରବନ୍ଧ ଗ୍ରାମର ସଞ୍ଜୟ ସାହୁ ଦୋକାନ କରି କାରବାର କରୁଥିବାବେଳେ ୯.୫ ଲିଟର ବିଦେଶୀ ମଦ ସହ ଧରାପଡିଥିଲେ। ସେହିପରି ଫୁଲପଡା ଗ୍ରାମରେ ଚଢାଉ ଚାଲିଥିବା ବେଳେ କାର୍ତିକ ଗଡନାୟକ ଓ ସୁଷମା ଗଡନାୟକ କାରବାର କରୁଥିବା ନେଇ ସୂଚନା ପାଇ ତାଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ତାଙ୍କ ଘରୁ ୧୦୫ ଲିଟର ବିଭିନ୍ନ ପ୍ରକାର ବିଭିନ୍ନ ମାପର ସିଲ୍ ବିଦେଶୀ ମଦ ବୋତଲ ଧରିଥିଲେ। ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *