ଅନୁଗୋଳ ଜିଲ୍ଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ଏକ ପ୍ରତିବାଦ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଯେ, ଆଜି ଦିନ ୧୦ ଘଟିକା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ରାଲି ଜିଲ୍ଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ବାହାରି ବଜାର ପରିକ୍ରମା କରି ବେଆଇନ୍ ଗୋରୁ ଚାଲାଣ କୁ ବିରୋଧ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅଫିସ ଆଗରେ ପ୍ରତିବାଦ କରିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଗୋରୁ ଚାଲାଣ ବନ୍ଦ ନହୁଏ ଆଗାମୀ ଦିନରେ ଜୋରଦାର୍ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ପାଇବାପରେ ସମସ୍ତ ଥାନା ଅଧିକାରୀ ମାନଙ୍କୁ ଗୋରୁ ଚାଲାଣ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଆରକ୍ଷୀ ଅଧିକ୍ଷକ ବୋଲି ବଜରଙ୍ଗ ଦଳ ଗଣମାଧ୍ୟମକୁ କହିଛନ୍ତି ।
