ଆଉ କେତେଦିନ ହଜିଯିବ ମଣିଷର ମାନବିକତା
ଅନଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାରେ ସ୍ଵାମୀର ଶବ ବୋହିଲେ ସ୍ତ୍ରୀ ଝିଅ। ଅନ୍ୟ ଜାତିରେ ବିବାହ କଲେ ବୋଲି ଶବକୁ କାନ୍ଧ ଦେବାକୁ ଆସିଲେ ନାହିଁ ଭାଇ,ବନ୍ଧୁ କିଶୋରନଗର ବ୍ଲକ ଶରଧାମୁଣ୍ଡାର ଗ୍ରାମବାସୀ l ଆଠମଲ୍ଲିକ ଥାନା ପେଣ୍ଡରlବସା ଗ୍ରାମର ପ୍ରକାଶ ପ୍ରଧାନଙ୍କର ଗୁରୁବାର ସକାଳ ୭ଟା ରେ ମୃତ ବରଣ ହୋଇଛି । ସେ କିଛି ମାସ ହେବ କିଡ଼ନି ରୋଗରେ ଆକ୍ରାନ୍ତ ଥିବା ବେଳେ ଗୁରୁବାର ଦିନ ତାଙ୍କର ପରଲୋକ ହୋଇଯାଇଛି । ସେ ଶରଧାମୁଣ୍ଡା ଗ୍ରାମର ରୀତା ବିଶ୍ବାଳଙ୍କୁ ୨୦୧୦ ମସିହା ରେ ଭଲ ପାଇ ବିବାହ କରିଥିଲେ । ରୀତା ଓ ପ୍ରକାଶଙ୍କର ଜାତି ଅଲଗା ଅଲଗା ହୋଇଥିବା ବେଳେ ତାଙ୍କୁ ଉଭୟଙ୍କ ପରିବାର ଗ୍ରହଣ କରିନଥିଲେ । ଏ ପରିକି ଉଭୟ ଙ୍କ ସମାଜ ରେ ରୀତା ଓ ପ୍ରକାଶଙ୍କୁ ଅଟକ କରିବା ସହ ଜାତିର କୌଣସି କାର୍ଯ୍ୟରେ ଉଭୟଙ୍କୁ ସାମିଲ କରାଯାଉନଥିବା ବେଳେ ଉଭୟ ପରିବାରର କୌଣସି ସଦସ୍ୟ ଉଭୟଙ୍କ ସହ ମିସିଲେ ଜରିମାନା ଦେବା ସହ ସେମାନେ ଜାତି ସମାଜରେ ଅଟକ ରହିବେ ବୋଲି କଟକଣା ଲାଗୁ କରାଯାଇ ଥିଲା । ଫଳରେ ପ୍ରକାଶଙ୍କ ମୃତ ଶରୀର କୁ କେହି କାନ୍ଧ ନ ଦେବାରୁ ଶେଷରେ ଅପରାହ୍ନ ୩ ଟାରେ ତାଙ୍କ ପତ୍ନୀ ରୀତା ଓ ତାଙ୍କ ବଡ ଝିଅ ପୂଜା ରିଣୀ ବିଶ୍ୱାଳ ଖଟିଆ ମାଧ୍ୟମରେ ବୋହି ନେଇ ଶବ ଦାହ କରିଛନ୍ତି । ଯାହାକି ଏହି ଘଟଣା କୁ ନେଇ ସାଧାରଣରେ ନିନ୍ଧା ପ୍ରକାଶ ପାଇଛି । ଏହି ଉନ୍ନତ ସମାଜରେ ମଣିଷ ର ମାନବିକତା ହଜି ଗଲାଣି ବୋଲି ଜିଲ୍ଲା ରେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି l
