ଟ୍ରକ ଜବତ ଜଣେ ଗିରଫ।
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ଅବୈଧ ଭାବରେ ସ୍କାର୍ପ ବୋଝେଇ କରୁଥିବା ବେଳେ ଯୋଡ଼ା ପୋଲିସ ଅଚାନକ ଚଢ଼ାଉ କରିଛି। ସୂଚନା ଅନୁଯାୟୀ ଯୋଡ଼ା ଥାନା ଅନ୍ତର୍ଗତ ଗଣେଶ ଭବନ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଏକ ୧୬ ଚକିଆ ହାଇବା ହାଇୱା ଗାଡ଼ି ଯାହାର ନମ୍ବର୍ ନମ୍ବର OD09V4101 ଅବୈଧ ଭାବରେ ସ୍କାର୍ପ ବୋଝେଇ କରି ଯାଉଥିବା ସମୟରେ ଉକ୍ତ ହାଇୱା ଗାଡ଼ିକୁ ଯୋଡ଼ା ପୋଲିସ ଜବତ କରିବା ସହ ଗାଡ଼ି ଡ୍ରାଇଭର କୁ ଅଟକ ରଖିଛି ଯୋଡ଼ା ପୋଲିସ୍ ତେବେ ଡ୍ରାଇଭର ଙ୍କ ନାଁ ରଞ୍ଜିତ ଦାସ ବୋଲି ସୂଚନା । ଡ୍ରାଇଭର ରଞ୍ଜିତ କୁ ପଚରା ଉଚରା କରିବାରୁ ଟ୍ରକ ରେ ବଝେଇ ହୋଇଥିବା ସ୍କାର୍ପ ଗୁଡିକ ସୁବାଷ ନାମକ ଜଣେ ବ୍ୟବସାୟୀର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନେଇ ସୂଚନା। ତେବେ ଏନେଇ ଯୋଡ଼ା ଥାନା ରେ ଏକ କେସ ନମ୍ବର ୧୦୪/୨୫ ମାମଲା ରୁଜ୍ଜୁ କରି ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
