ଅନୁଗୋଳ (୦୧/୦୫/୨୦୨୫) : ରାଜ୍ୟ ସରକାରଙ୍କ କ୍ରୀଡା ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରିଡା ବିଭାଗ) ସହାୟତାରେ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ(ଖେଲୋ ଇଣ୍ଡିଆ) କେନ୍ଦ୍ର (ଠାରେ ଆଜି ଊଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଦେହୁରୀ, ଖେଲୋ ଇଣ୍ଡିଆ କେନ୍ଦ୍ରର ଖୋ ଖୋ ପ୍ରଶିକ୍ଷକ ଶ୍ରୀ ସବ୍ୟସଚି ସାହୁ ଯୋଗ ଦେଇ ଉଦଘାଟନ କରି ଥିଲେ । ଏହି ଶିବିରରେ ଜିଲ୍ଲାର ବହୁତ ବାଳକ ବାଳିକା ଯୋଗ ଦେବା ସହିତ ଅନୁଗୋଳ ଊଚ୍ଚ ବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏହି ଶିବିର ମଇ ମାସ ୧ ତାରିଖ ରୁ ମଇ ମାସ ୩୦ ତାରିଖ (ସକାଳ ୬ ଘଟିକାରୁ ୮ ଘଟିକା ଏବଂ ଏବଂ ଅପରାହ୍ନ ୪ ଘଟିକାରୁ ୬ ଘଟିକା) ପର୍ଯ୍ୟନ୍ତ ଚାଲୁ ରହିବ ।
