• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶ୍ରୀଶ୍ରୀ ଆଖଣ୍ଡଳମଣିଙ୍କର ବିବାହ ଓ ଶୀତଳ ଷଷ୍ଠୀ ପାଳିତ

Bymamatanews

Jun 1, 2025
Spread the love

ଢେଙ୍କାନାଳ ଟାଉନ ଭାଗୀରଥୀ ସାଗର ନୂଆପୋଖରୀ ନିକଟସ୍ଥ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ବରପିତା ଶିବ କୁମାର ଅଗ୍ରୱାଲା ଓ ବରମାତା ନିଲମ୍ ଅଗ୍ରଓ୍ବାଲା, କନ୍ୟାପିତା ସନ୍ତୋଷ କୁମାର ମହାନ୍ତି ଓ କନ୍ୟା ମାତା ସତ୍ୟଭାମା ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରିଛନ୍ତି । ଶୁକ୍ରବାର ଦିନ ପ୍ରଭୁଙ୍କର ମଙ୍ଗନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଆଜି ମନ୍ଦିର ପ୍ରାଙ୍ଗଣରୁ ପ୍ରଭୁଙ୍କ ବିବାହ ଶୋଭାଯାତ୍ରା ମନ୍ଦିର ଠାରୁ ବାହାରି କନ୍ୟାପିତା ସନ୍ତୋଷ କୁମାର ମହାନ୍ତି ବାସଭବନରେ କିଛି ସମୟ କଟାଇ ମନ୍ଦିରକୁ ଫେରିଥିଲେ । ଏହାପରେ ବିବାହ କାର୍ଯ୍ୟ ରାତ୍ର ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇ ରାତ୍ର ୨ ଘଟିକାରେ ସମ୍ପନ୍ନ ହୋଇଥିଲା । ଏହି ବିବାହ କାର୍ଯ୍ୟରେ ମନ୍ଦିରର ମୁଖ୍ୟ ପୁରୋହିତ ତୁଷାର ରଞ୍ଜନ ମିଶ୍ର ସମ୍ପନ୍ନ କରିଥିବା ବେଳେ ପୂଜା ରାଜକିଶୋର ମିଶ୍ର ସମସ୍ତ ପୂଜା କରିଥିଲେ । ଶନିବାର ଦିନ ସଂଧ୍ୟା ୭ ଘଟିକାରେ ପ୍ରଭୁ ପାଲିଙ୍କି ଶୋଭାଯାତ୍ରା ଟାଉନ ପରିକ୍ରମା କରି ମନ୍ଦିରକୁ ଫେରିଥିଲେ । ଏହି ବିବାହ କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରିଷ୍ଟିର ସଦସ୍ୟ ସହଯୋଗ କରିଥିଲେ । ଏହି ବିବାହ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବାରୁ ଡେପୁଟି ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *