• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

Bymamatanews

Jun 1, 2025
Spread the love

ଅନୁଗୋଳ: ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ବିଶ୍ବ ତମାଖୁ ବର୍ଜନ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ଆୟୋଜିତ ବୈଠକରେ ତମାଖୁ ସେବନ ଏବଂ ଏହାଦ୍ବାରା ହେଊଥିବା ବା ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ଆଲୋକପାତ କରିବା ସହିତ ତମାଖୁ ସେବନରୁ ନିଜ ନିଜକୁ ନିବୃତ୍ତ ରଖି ଏକ ସୁସ୍ଥ ଶରୀର ତଥା ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମି ମିଶ୍ର, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧୀକାରୀ ଡା. ପୂର୍ଣ୍ଣିମା ଊଦଗାତା, ଡି ପି ଏମ୍ ସୌମ୍ୟାରାଣୀ ଗୌଡ, ଡାକ୍ତର, ଡ୍ରଗ ଇନିସ୍ପେକ୍ଟର, ଖାଦ୍ୟ ସୁରକ୍ଷା ଅଧିକାରୀ, ଅବକାରୀ ନିରୀକ୍ଷକ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଟ ମ୍ୟାନେଜର ଏନ୍ ସି ଡି ଶ୍ରୀ ଅଜି ଅଜିତ୍ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଏନ୍ ସି ସି କ୍ୟାଡେଟ, ଅନୁଟେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର କର୍ମକର୍ତ୍ତାଙ୍କ ଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବହାରି ମା ବୁଢୀ ଠାକୁରାଣୀ ଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା ।

Leave a Reply

Your email address will not be published. Required fields are marked *