• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେଜନସଚେତନତା ଅଭିଯାନ

Bymamatanews

Jun 1, 2025
Spread the love

ଅନୁଗୋଳ : ମେ ୩୧ ତାରିଖ ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପି ଜନସଚେତନତା ଅଭିଯାନ– “ଆମ ସଙ୍କଳ୍ପ: ନିଶା ନୁହେଁ, ଜୀବନ” ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ କରକମଳରେ ଆଜି ପୂର୍ବାହ୍ନରେ ଲୋକସେବା ଭବନର କନଭେନସନ ସେଣ୍ଟରରେ ଶୁଭାରମ୍ଭ କରିଛନ୍ତି । ଏହି ଜନସଚେତନତା କାର୍ଯ୍ୟକ୍ରମ ସହରରୁ ଗାଁ ପର୍ଯ୍ୟନ୍ତ ଚାଲିବ । ଏହି ଜନସଚେତନତା ଅଭିଯାନ ମେ ୩୧ ତାରିଖ “ବିଶ୍ବ ତମାଖୁ ବର୍ଜନ’ ଦିବସ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ‘ଆନ୍ତର୍ଜାତିୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ’ ଦିବସ ପର୍ଯ୍ୟନ୍ତ ଚାଲିବ । ଆସନ୍ତୁ ଆଜି ହିଁ ସଂକଳ୍ପ ନେବା– ନିଶା ନୁହେଁ ଜୀବନକୁ ବାଛିବା । ଏହି ଭିଡିଓ କନଫରେନସରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅବକାରୀ ଅଧକ୍ଷକ ମଧୁସ୍ମିତା ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଊପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *