• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

Bymamatanews

Jun 1, 2025
filter: 0; fileterIntensity: 0.0; filterMask: 0; module: video; hw-remosaic: false; touch: (-1.0, -1.0); modeInfo: Beauty ; sceneMode: 0; cct_value: 5409; AI_Scene: (-1, -1); aec_lux: 311.38492; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 49;
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ପୋଲିସ ପକ୍ଷରୁ ଶନିବାର ଅପରାହ୍ନରେ ଆମ ପୋଲିସ ସମିତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ଯ, ବିଜେପି ମଣ୍ଡଳ ସଭାପତି, ପୁର୍ବତନ ବିଜେପି ମଣ୍ଡଳ ସଭାପତି ଓ କିଛି ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

ଥାନା ଅଧିକାରୀ ଗ୍ରାମରେ ବାଲ୍ୟ ବିବାହ, ସାମାଜିକ ବାସନ୍ଦ, ଗୁଣିଗାରେଡି ଆଦି ଅନ୍ଧ ବିଶ୍ବାସ ଏବଂ କୁସଂସ୍କାର ଆଦି କାର୍ୟ୍ୟକଳାପରୁ ନିବୃତ୍ତ ରହିବା ସହ ପଞ୍ଚାୟତରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସୁସମ୍ପର୍କ ରହିପାରିବ ବେଆଇନ କାମରୁ ଯୁବସମାଜ କିପରି ଦୁରେଇ ରହିପାରିବେ ଆଲୋଚନା ହୋଇଥିଲା । କିଛି ବୁଦ୍ଧିଜିବୀ ପଞ୍ଚାୟତ ସ୍ତରରେ ପୋଲିସ ଅଭିଯୋଗ ବକ୍ସ ବ୍ୟବସ୍ଥା, ଚୋରା ଦେଶୀ ବିଦେଶୀ ମଦ କାରବାର, ଡ୍ରଗ୍ସ, ଗଞ୍ଜେଇ କାରବାର, ହେଉଥିବା ଅଭିଯୋଗ କରିବା ସହ ରାତ୍ର ସମୟରେ ଗ୍ରାମାଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥା ବଢାଇ ମଦ୍ୟପ ଦୃବର୍ତ୍ତ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଓ ସରପଞ୍ଚ ଙ୍କ ପ୍ରତିନିଧି ଅଭିଯୋଗ କରିଥିଲେ କି ଟାଟା କମ୍ପାନୀ ର କର୍ମଚାରୀ ମାନଙ୍କୁ ନେବା ଆଣିବା କରୁଥିବା ବସ ଠିକ ଜଗାରେ ଷ୍ଟପେଜ଼ ବ୍ୟବସ୍ଥା କରୁନଥିବାରୁ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ସହ ଟ୍ରାଫିକ୍ ବ୍ୟବସ୍ଥାରେ ବ୍ୟାପକ ସମସ୍ୟା ଉପୁଜୁଥିବା ଜଣାଇଥିଲେ। ଶେଷରେ ଥାନା ଅଧିକାରୀ ସମସ୍ତ ସମସ୍ୟାକୁ ସମାଧନ କରାଇବା ପାଇଁ ଉଦ୍ୟମ କରାଯିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *