• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ଜିଲ୍ଲାର ୩୯ଟି ଗ୍ରାମ ପ୍ରଜା ମାନେ ପ୍ରତାରିତ ସମ୍ବନ୍ଧରେ ଦାବୀପତ୍ର ପ୍ରଦାନ

Bymamatanews

Aug 1, 2025
Spread the love

ଡବଲ ଇଞ୍ଜିନ ସରକାର ସମୟରେ ମଧ୍ୟ ନବରତ୍ନ କମ୍ପାନୀ ର ନବରଙ୍ଗ୍ ରେ ଘାଣ୍ଟି ହେଉଛନ୍ତି ପ୍ରଜା

୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାଜରାସ୍ତା କୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି କ୍ଷତିଗ୍ରସ୍ତ ପ୍ରଜା

ଅନୁଗୋଳ ଜିଲ୍ଲା ନବରତ୍ନ ନାଲକୋ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ୩୯ ଟି ଗ୍ରାମ ପଞ୍ଚାୟତର ଗ୍ରାମବାସୀ ଓ ଏହି ଗ୍ରାମ ଗୁଡ଼ିକର ସରପଞ୍ଚ ମାନେ ଗ୍ରାମ ର ଉନ୍ନତି ତଥା ପ୍ରଗତି ପାଇଁ ଏଗାର ଦଫା ଦାବି ସମ୍ବଳିତ ଏକ ପତ୍ର ନାଲକୋ ଅଧିକାରୀ ଜିଳ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଗ୍ରାମବାସୀ ମାନେ ସ୍ମେଲଟର କାରଖାନା ସମ୍ମୁଖରେ ଥିବା କାଳୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ଚାଲି ଚାଲି ନାଲକୋ ଏସଆଣ୍ଡପି କମ୍ପ୍ଲେକ୍ସ ଠାରେ ଥିବା ପ୍ରଶାସନିକ ଭବନ ନିକଟରେ ପହଞ୍ଚି ଥିଲେ । ସେଠାରେ ସମସ୍ତେ ମିଶି ନାଲକୋ ର ସିଏମଡି ଙ୍କ ଉଦ୍ଦେଶ୍ୟରେ ଏକ ୧୧ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ସେମାନେ ମୁଖ୍ୟତଃ ନାଲକୋ ଦ୍ଵାରା ସ୍ଥାୟୀ ନିଯୁକ୍ତି ପ୍ରଦାନ , ପାରିପାର୍ଶିକ ଗ୍ରାମର ବେକାରୀ ଯୁବକ ଯୁବତୀ ମାନଙ୍କୁ ଠିକା ଭିତ୍ତିକ ନିଯୁକ୍ତି ପ୍ରଦାନ , ନାଲକୋ କୁ ଆସୁଥିବା କୋଇଲା ଓ ବାହାରୁଥିବା ଆଲୁମିନିୟମ ଆଦିକୁ ଟ୍ରେନ ରେ ପରିବହନକୁ କମ କରାଯାଇ ସ୍ଥାନୀୟ ଟ୍ରକ୍ ବ୍ୟବସାୟ କରି ଚଳୁଥିବା ପରିବାର ଙ୍କୁ ଅଗ୍ରାଧିକାର ଦିଆଯାଉ । ଲାଭାଂଶ ର ଦୁଇ ପ୍ରତିଶତ ଅର୍ଥ କୁ ସ୍ଥାନୀୟ ଅଞ୍ଚଳରେ ଖର୍ଚ୍ଚ କରାଯାଉ। ଯେହେତୁ ନାଲକୋ ରୁ ନିର୍ଗତ ବିଭିନ୍ନ ପ୍ରକାର କ୍ଷତିକାରକ ଗ୍ୟାସ ସ୍ଥାନୀୟ ଜନ ସାଧାରଣ ନିଃଶ୍ୱାସ ରେ ନେଉଛନ୍ତି ତେଣୁ ଏହା ଦ୍ଵାରା ହେଉଥିବା ରୋଗ ଗୁଡିକ ମଧ୍ୟ ସ୍ଥାନୀୟ ଲୋକଙ୍କୁ ହେଉଅଛି । ଯାହା ପାଇଁ ନାଲକୋ ତରଫରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିଲେ ମଧ୍ୟ ଧର୍ମକୁ ଆଖି ଠାର ପରି ନାଲକୋ ଭ୍ରାମ୍ୟମାଣ ଗାଡି ମାଧ୍ୟମରେ ସ୍ବାସ୍ଥ୍ୟସେବା ଯୋଗାଉଥିବାର ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ଓ ଦୁଃଖ ଦୁଃଖଦାୟକ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ସେହିପରି ନାଲକୋ ମଧ୍ୟରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ସ୍ଥାନୀୟ ଗ୍ରାମ ର ଛାତ୍ର ଛାତ୍ରୀ ଙ୍କୁ ନାମ ଲେଖାର ସୁଯୋଗ , ନାଲକୋ କୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ସମ୍ପ୍ରସାରଣ , ଅଞ୍ଚକର ପୂଜା ପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ନାଲକୋ ସହଯୋଗ କରିବାକୁ ଦାବି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଆଲୋକିକରଣ , ପାନୀୟ ଜଳ ର ବ୍ୟବସ୍ଥା , ପ୍ରଦୂଷଣ କୁ କମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ସେହିପରି ୩୯ ଟି ଗ୍ରାମର ଗ୍ରାମବାସୀ ଓ ଏହି ଗ୍ରାମ ଗୁଡ଼ିକର ସରପଞ୍ଚ ମାନେ ସେହି ୧୧ ଦଫା ଦାବି ପତ୍ର କୁ ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ସମସ୍ୟା ର ସମାଧାନ ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *