• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଗ୍ନିଶମ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀଙ୍କୁ ପକ୍ଷରୁ ସଚେତନତା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

Aug 1, 2025
Spread the love

ଆଉ ରୋଷେଇ ପାଇଁ ଦହଗଞ୍ଜ ହେବେ ନାହିଁ ଅଙ୍ଗନୱାଡି କେନ୍ଦ୍ରର ସହାୟିକା କର୍ମୀ। ରୋଷେଇ ପାଇଁ ଆଉ କାଠ କିମ୍ବା କୋଇଲା ଚିନ୍ତା କରିବାକୁ ପଡ଼ିବ ନାହିଁ। ପୁର୍ବରୁ ଅଙ୍ଗନୱାଡି ପିଲା ମାନଙ୍କ ଯୋଗୁଁ ରୋଷେଇ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏବେତାହା ଦୂର ହେବାକୁ ଯାଉଛି।

ଯେ, ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ରରେ ଗ୍ୟାସରେ ରୋଷେଇ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଯାହା ଫଳରେ ଗ୍ୟାସରେ କେମିତି ରୋଷେଇ କରାଯିବ ସେ ନେଇ ଅନୁଗୋଳ ଅଗ୍ନିଶମ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡି ଦିଦି ଓ ସହାୟିକା କର୍ମୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆ ଯାଇଛି।

ଏଥିରେ ଗ୍ୟାସରେ ରୋଷେଇ କରିବା ବେଳେ କିପରି ସୁରକ୍ଷିତ ରହିବେ ସେ ନେଇ ପ୍ରଶିକ୍ଷଣ ଦିଆ ଯାଇଥିବା ବେଳେ ଏଥିରେ ଅନୁଗୋଳ ବ୍ଲକର ଅଙ୍ଗନୱାଡି ଦିଦି ଏବଂ ସହାୟିକା ମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ। ଅନୁଗୋଳ ଅଗ୍ନିଶମ ବିଭାଗର ଶରତ ଚନ୍ଦ୍ର ମଲ୍ଲିକ ପ୍ରଶିକ୍ଷଣ ଦେଇଥିବା ବେଳେ ଅଗ୍ନିଶମ ବିଭାଗର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *