ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଶିକ୍ଷକପଡା ଷ୍ଟେସନ ରୋଡ ନିକଟ ଏକ ଘରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ମୃତ ଦେହ ଉଦ୍ଧାର କରିଛି। ସୂଚନା ଯେ, ଗତ କାଲି ବିଲମ୍ବିତ ରାତିରେ ମଧୁସୂଦନ ମାଝୀ ଙ୍କ ଜ୍ୱାଇଁ ରଶ୍ମି ରଞ୍ଜନ ବିଶ୍ଵାଳ ପ୍ୟାନ ରେ ଗାମୁଛା ଲଗାଇ ଝୁଲି ପଡିଥିବା ମଧୁସୂଦନ ଏବଂ ରଶ୍ମି ଙ୍କ ସ୍ତ୍ରୀ ଦେଖି ପୋଲିସ କୁ ଖବର୍ ଦେଇଥିଲେ। ପୋଲିସ ରାତିରେ ପହଁଚି ଘର କୁ ସିଲ କରିଥିଲା। ଆଜି ସକାଳ ମଧୁସୂଦନ ଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରିବା ସହ ରଶ୍ମି ଙ୍କ ପରିବାର ଲୋକ ଙ୍କୁ ଖବର୍ ଦେଇଥିଲେ। ରଶ୍ମି ଙ୍କ ମା ଏବଂ ଭାଇ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବଂ ଆମ ପୁଅ କୁ ମାରି ଦିଆ ଯାଇଛି ବୋଲି ଥାନା ଆଉ ଏକ ଅଭିଯୋଗ କରିଥିଲେ। ପୋଲିସ ଦୁଇ ପକ୍ଷରୁ ଅଭିଯୋଗ ପାଇବା ପରେ ସାଇଣ୍ଟିଫିକ୍ ଟିମ୍ କୁ ଖବର୍ ଦେଇଥିଲେ। ସନ୍ଧ୍ୟା ୭.୩୦ ବେଳେ ସାଇଣ୍ଟିଫିକ୍ ଟିମ୍ ପହଁଚି ପରିବାର ଲୋକ ଙ୍କ ଆଗରେ ସିଲ୍ ହୋଇଥିବା ଘର ଖୋଲିବା ସହ ରଶ୍ମି ଙ୍କ ମୃତ ଶରୀର କୁ ତଳକୁ ଓହ୍ଲାଇ ତଦନ୍ତ ଆରମ୍ଭ କରିବା ସହ ଶବ କୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ରଶ୍ମି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ।
