ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆ ହତା ଗ୍ରାମପଞ୍ଚାୟତ ର ନିଖୋଜ ଯୁବକ ର ମୃତଦେହ ଉଦ୍ଧାର ଘଟଣାକୁ ନେଇ ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ। ସୂଚନା ମୁତାବକ ୨୯ ସେପ୍ଟେମ୍ବର ସନ୍ଧ୍ୟା ସମୟରେ ସୂର୍ଯ୍ୟକାନ୍ତ ଭୁତିଆ ନାମକ ଏକ ଯୁବକ ନିଖୋଜ ହୋଇଥିବା ନେଇ ୩୦ ସେପ୍ଟେମ୍ବର ସକାଳ ସମୟରେ ବଅଁରପାଳ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା। ଦ୍ଵିପ୍ରହର ୨.୩୦ ମିନିଟ ସମୟରେ ଓଡାପଡା ବ୍ଲକ୍ କଣ୍ଟାବଣିଆ ଥାନା ନିକଟ ଯାଇଥିବା ରେଙ୍ଗାଳି କେନାଲରେ ଭାସମାନ ଅବସ୍ଥାରେ ସୂର୍ଯ୍ୟକାନ୍ତ ର ମୃତଦେହ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଥାନା ଓ ବଅଁରପାଳ ଦମକଳବାହିନୀ କୁ ଖବର ଦେଇ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ବଅଁରପାଳ ଥାନା ଚିହ୍ନଟ କରିଥିଲେ କି ନିଖୋଜ ଯୁବକ ସୂର୍ଯ୍ୟକାନ୍ତ ବୋଲି। ବଅଁରପାଳ ଥାନା ମୃତଦେହକୁ ଜବତ କରି ବ୍ଯବଛେଦ କରାଇ ୦୧ ଅକ୍ଟୋବର ଦିନ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରିବାରବର୍ଗ ମୃତଦେହକୁ ଦେଖି ଆଜି ବଅଁରପାଳ ଥାନାରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପରିବାରବର୍ଗ କହିବା ଅନୁସାରେ ଆଜିକୁ ପ୍ରାୟ ୬ ମାସ ହେବ ମୃତକର ପିତା ମଧ୍ୟ ଘରଠାରୁ କିଛିଦୂର ରେ କ୍ଷତବିକ୍ଷତ ଅବସ୍ଥାରେ ମୃତ ଦେହ ମିଳିଥିଲା। ସୂର୍ଯ୍ୟକାନ୍ତ ର ଦେହରେ ପିନ୍ଧିବା ବସ୍ତ୍ର ନରହିବା ଓ ଦେହରେ କ୍ଷତ ଚିହ୍ନ ଥିବା ନେଇ ଏହିପରି ହତ୍ୟା ଅଭିଯୋଗ କରିଛନ୍ତି। ମୃତକ ପରିବାରବର୍ଗ ନ୍ୟାୟ ପାଇବା ନେଇ ଥାନାରେ ମୃତଦେହ ରଖି ଥାନାରେ ବସି ରହିଥିବା ଦେଖିବାକୁ ମିଳିଛି।
