ଧାନ ଏମଏସପି ମୂଲ୍ୟ ନେଇ ଅନୁଗୋଳ ସର୍କିଟ ହାଉସରେ ସମୀକ୍ଷା ବୈଠକ
ଚଳିତ ବର୍ଷ ୮୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ । ଏଥିପାଇଁ ପ୍ରସ୍ତୁତି କରା ଯାଉଛି । ଆଉ ଚଳିତ ବର୍ଷ ଧାନର ମୂଲ୍ୟ ୩୧୦୦ ଟଙ୍କା ପାଇବ ଚାଷୀ । ଏଥିପାଇଁ ଆଜି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅନୁଗୋଳ ଗସ୍ତରେ ଆସି ସମୀକ୍ଷା କରିଛନ୍ତି । ଜିଲ୍ଲାର ଅନୁଗୋଳ, ଛେଣ୍ଡିପଦା ଓ ପାଲଲହଡ଼ା ବିଧାୟକ ଏହି ସମୀକ୍ଷା ବେଳେ ଉପସ୍ଥିତ ଥିବା ବେଳେ ଅନୁଗୋଳ ଜିଲ୍ଲାପାଳ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ । ଚଳିତବର୍ଷ ଠାରୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀ ମାନଙ୍କୁ ଦିଆଯିବ । ଅନୁଗୋଳ ଜିଲ୍ଲାର କୌଣସି ଚାଷୀ ଅସୁବିଧାରେ ନ ପଡି ପ୍ରକୃତ ମୂଲ୍ୟ କିଭଳି ପାଇବେ ସେଥିପାଇଁ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ। ଏହା ସହ ଦୁଇଟି ଜିଲ୍ଲାପାଇଁ ଜଣେ ଲେଖାଏଁ ମନ୍ତ୍ରୀ ଦାବଇତ୍ୱରେ ରହି ମଣ୍ଡି ସୁପରିଚାଳନା କରିବେ ବୋଲି ସମୀକ୍ଷା ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।
