• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶିଶୁ କନ୍ୟା ବିକ୍ରି ସନ୍ଦେହ ନେଇ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

Bymamatanews

Dec 1, 2024
Spread the love

ଅନୁଗୋଳରେ ଶିଶୁ କନ୍ୟା ବିକ୍ରୀ ଅଭିଯୋଗ। ଅନୁଗୋଳ ପୁରୁଣାକୋଟ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଗତ ୯ତାରିଖରେ ପୁରୁଣାକୋଟ ଅଞ୍ଚଳର ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେବାପରେ ତାଙ୍କର ମୃତ୍ୟୁ ହୋଇଥିଲା ।ପରେ ନବଜାତ କନ୍ୟାର ବାପା ଶିଶୁକନ୍ୟାକୁ ଲାଳନ ପାଳନ ପାଇଁ ଅସମର୍ଥ ଦର୍ଶାଇ ତାଳଚେର ଅଞ୍ଚଳର ଏକ ଦମ୍ପତିଙ୍କୁ ପାଳିବା ଉଦେଶ୍ୟରେ ପ୍ରଦାନ କରିଥିଲେ ।ଘଟଣା ବିଷୟରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏକ ଟିମ ଘଟଣାର ଅନୁସନ୍ଧାନ କରିବା ସହ ଉଭୟ ପକ୍ଷକୁ ପଚରା ଉଚରା କରିଥିଲେ । ପରେ ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏକ ଟିମ ନବଜାତ ଶିଶୁ କନ୍ୟାକୁ ଉଧାର କରିଥିଲେ ।ପରେ ଶିଶୁକନ୍ୟାକୁ ଉଦ୍ଧାର କରି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖାଯାଇଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ସୂଚନା ଦେଇଛନ୍ତି ।ଶିଶୁକନ୍ୟାକୁ ଅର୍ଥ ଦେଇ ଦମ୍ପତି କ୍ରୟ କରିନଥିବା ଓ ଶିଶୁ କନ୍ୟାର ବାପା ବିକ୍ରୀ କରିନଥିବା DCPOଙ୍କ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ଓ ତଦନ୍ତରେ ସହଯୋଗ କରିଥିଲେ ବୋଲି କହିଛନ୍ତି ଉଭୟ ପକ୍ଷ।

Leave a Reply

Your email address will not be published. Required fields are marked *