ଭାରସାମ୍ଯ ହରାଇ ବିଦ୍ୟୁତ୍ ଖୁଣ୍ଟରେ ବାଡେଇ ହୋଇ ନାବାଳକର ଘଟିଲା ମୃତ୍ୟୁ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସାନ୍ତରାପୁର ନୂଆସାହି ର ଜଣେ ଯୁବକ ବାଇକ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ବଅଁରପାଳ ଥାନା ମହୀଧରପୁରର ଫାଣ୍ଡି ରେ ଲିଖିତ ଅଭିଯୋଗ ହୋଇଛି। ଥାନା ପକ୍ଷରୁ ସୂଚନା ମୁତାବକ ୧୬ ବର୍ଷୀୟ ନାବାଳକ ସାଗର ସାହୁ ଓ ଦାଦା ପୁଅ ସିପୁନ ସାହୁ ଗତ କାଲି ନୂଆ ବର୍ଷ ନେଇ ଭୋଜି କରି ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା। ଗତ କାଲି ରାତି ନଅଟା ବେଳେ ସିପୁନ୍ ଓ ସାଗର ସାହୁ ସାଙ୍ଗ ମାନଙ୍କ ସହିତ ତାଙ୍କ ଗ୍ରାମରେ ଥିବା ବିଦ୍ୟାଳୟରେ ଭୋଜି କରୁଥିଲେ। ତେଣୁ ଦୁଇ ଜଣ ସାଙ୍ଗ ହୋଇ ଗୋଟିଏ ବାଇକରେ ଆଉ ଜଣେ ସାଙ୍ଗ ନିକଟକୁ ଯାଉଥିବା ବେଳେ ଗ୍ରାମ ଠାରୁ ଅଳ୍ପ କିଛି ଦୂରରେ ଗୋଟିଏ ବିଦ୍ୟୁତ୍ ଖୁଣ୍ଟରେ ଭାରସାମ୍ୟ ହରାଇ ବାଡେଇ ହୋଇଥିଲେ।

ଦୂର୍ଘଟଣାର ଖବର ପାଇ ପରିବାର ଲୋକେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଗରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ବିଷୟରେ ଥାନା ଖବର ପାଇ ତଦନ୍ତ ଆରମ୍ଭ କରିଥିଲେ। ପରିବାର ବର୍ଗଙ୍କ ଲିଖିତ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
