• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାତୀ ଆକ୍ରମଣରେ ଗୁରୁତର ବ୍ୟକ୍ତି ଙ୍କୁ ଭେଟିଲେ ଜିଲ୍ଲା ବିଜେପି ଉପସଭାପତି

Bymamatanews

Jan 2, 2026
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ତୁଳସୀପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତ୍ତର ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ହେଉଥିବା ଭଳି ଅଘଟଣ ଘଟିଛି । ସୂଚନା ମୁତାବକ ତୁଳସୀପାଳ ଗ୍ରାମର ଗୋପବନ୍ଧୁ ନଗର ସାହିର ୪୮ ବର୍ଷୀୟ ବ୍ୟକ୍ତି ଅଶୋକ କୁମାର ବିଶ୍ଵାଳ।

ଅଶୋକ ଆଜି ଭୋର୍ ସମୟରେ ସାଇକେଲ ରେ ଷେଣ୍ଢ ପଥର ଠାରେ ଥିବା ନିଜ ଚା ଦୋକାନ ଯାଉଥିଲେ। ଅତ୍ୟଧିକ କୁହୁଡ଼ି ଥିବାରୁ ହାତୀ ସହ ମୁହାମୁହିଁ ହୋଇଯାଇଥିଲେ। ଅଶୋକ କୁ ହାତୀ କଚାଡି ଫିଙ୍ଗି ଦେଇଥିଲା । ରାସ୍ତା ପାର୍ଶ୍ଵରେ ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଜାଣିପାରି ପରିବାର ଲୋକଙ୍କୁ ସୂଚନା ଦେବା ସହ ବନବିଭାଗ କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗ ଓ ପରିବାର ଲୋକେ ପହଞ୍ଚି ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି। ହାତୀ ଆକ୍ରମଣର ରେ ଜଣେ ବ୍ୟକ୍ତି ଗୁରୁତ୍ତର ହୋଇଥିବା ଖବର ପାଇ ଚିକିତ୍ସାଳୟ କୁ ବିଜେପି ଜିଲ୍ଲା ଉପସଭାପତି ଶ୍ରୀମତି ମୀରା ଗଡନାୟକ ପହଞ୍ଚି ଥିଲେ। ଗୁରୁତ୍ତର ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ଉତ୍ତମଃ ଚିକିସ୍ଥା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *