ଜଗତସିଂହପୁର ଜିଲ୍ଲା ପୋଲିସ ବାହିନୀ ପକ୍ଷରୁ ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡିଆ ରେ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବାର୍ତ୍ତା ପାଠ କରିଥିଲେ | ଏହି ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ପୋଲିସ ବିଭାଗ ରେ କର୍ତ୍ତବ୍ୟ ନିଷ୍ଠା ଭାବେ ଦାଇତ୍ୱ ସମ୍ପାଦନ କରୁଥିବା ଶ୍ରେଷ୍ଠ ଉପ ଆରକ୍ଷୀ ନିରୀକ୍ଷକ ଚିନ୍ମୟ ରଞ୍ଜନ ପାଣି | ଶ୍ରେଷ୍ଠ ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଶ୍ୟାମ ସୁନ୍ଦର ସାହୁ | ଶ୍ରେଷ୍ଠ ପୋଲିସ ହାବିଲଦାର ଜଗନ୍ନାଥ ଦାସ ଶ୍ରେଷ୍ଠ କନେଷ୍ଟେବଳ ବୃନ୍ଦାବନ ବିଶ୍ୱାଳ | ଶ୍ରେଷ୍ଠ ଟ୍ରାଫିକ ଇନ୍ସପେକ୍ଟର ସୁକାନ୍ତ କୁମାର ଦାସ ଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଛ,ମାନପତ୍ର, ନଗଦ ଅର୍ଥ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲେ | ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସାମ୍ବାଦିକ, ବରିଷ୍ଟ ପୋଲିସ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ |
 
            
