ଆମର ପିଲା ଦରକାର | ପିଲା ମୃତ୍ୟୁ କି ଜୀବିତ ଆମେ ଜାଣିନୁ କି ଦେଖିନୁ |ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆମକୁ ଉତ୍ତର ଦିଅ |ଏଭଳି ହକ ପାଇଁ ଦୀର୍ଘ ସମୟ ଚାଲିଛି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ହାଙ୍ଗାମା |ହଁ ଦର୍ଶକ ବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ | କଟକ ନଖରା ଅଞ୍ଚଳ ର ଛବି ବେହେରା ପାଞ୍ଚ ବର୍ଷ ତଳେ ବାଲିକୁଦା ନାଗପୁର ଅଂଚଳର ସୁମିତ୍ରା ବେହେରା ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ | ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ୍ୟ ରେ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ ସ୍ତ୍ରୀ ସୁମିତ୍ରା ବାପଘର ନାଗପୁର ରେ ରହୁଥିଲା | ମାର୍ଚ୍ଚ 5ତାରିଖରେ ସୁମିତ୍ରା କାହାରିକୁ କିଛି ନଜଣାଇ ଅବିବାହିତ ବୋଲି ପରିଚୟ ଦେଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପୁତ୍ର ସନ୍ତାନ ଜନ୍ମ କରିଥିଲା |ଏହା ପରେ ପୁତ୍ର କୁ ଜ଼ିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଙ୍କୁ ହସ୍ତାନ୍ତର କରିଥିଲା |ଏ ସମ୍ପର୍କ ରେ ସୁମିତ୍ରା ର ସ୍ୱାମୀ ଛବି ବିଶେଷ ସୂତ୍ରରୁ ଖବର ପାଇଁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି ଥିଲେ ହେଲେ ଜ଼ିଲ୍ଲା ଶୁଶୁ ମଙ୍ଗଳ ଅଧିକାରୀ ଛବି କୁ ଶିଶୁ ପିଲା କୁ ହସ୍ତାନ୍ତର କରିନଥିଲେ |ପରବର୍ତ୍ତୀ ପର୍ଯାୟରେ ସୁମିତ୍ରା ର ସ୍ୱାମୀ ଛବି ଏବଂ ପରିବାର ଲୋକ ଶିଶୁ ପୁତ୍ର ନେବାକୁ ବିଭିନ୍ନ ଫୋରମ ରେ ଦାବୀ କରିଥିଲେ |ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅପ୍ରିଲ ଦୁଇ ତାରିଖ ରେ ଶିଶୁ ପୁତ୍ର ନେବାକୁ ସୁମିତ୍ରା ଏବଂ ତାର ସ୍ୱାମୀ ଛବି କୁ ପ୍ରତିଶୃତି ଦେଇଥିଲେ | ହେଲେ ଉଭୟ ପରିବାର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚିବା ପରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ପୁତ୍ର କୁ ମୃତ୍ୟୁ ଘୋଷଣା କରିବାରୁ ଉତେଜନା ଦେଖାଦେଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
 
            
