• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜ଼ିଲ୍ଲା ମହୋତ୍ସବ କଲ୍ଲୋଳ ଉଦ୍ଘାଟିତ

Bymamatanews

Apr 2, 2025
Spread the love

ଜଗତସିଂହପୁର : ଓଡିଶା ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ ଚଳିତ ବର୍ଷ ଏପ୍ରିଲ ୧ତାରିଖ ଠାରୁ ୫ତାରିଖ ପଯ୍ୟନ୍ତ ୫ଦିନ ବ୍ୟାପି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ପରିସରରେ ଅନୁଷ୍ଠିତ ହେବ |ଏହି ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲାପାଳ ଜେ ସୋନାଲ ଙ୍କ ସଭାପତିତ୍ୱ ରେ ଉଦଘାଟନୀ ଉଛବ ରେ ମୂଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବେଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଜ଼ିଲ୍ଲା ମହୋତ୍ସବ କଲ୍ଲୋଳ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ସଂମ୍ମାନିତ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମେରେଦ୍ର ଦାସ, ବାଲିକୁଦା – ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ତ୍ରିତୋଲ ବିଧାୟକ ରମାକାନ୍ତ ଭୋଇ,ଜଗତସିଂହପୁର ଜିଲ୍ଲା ପରିଷଦ ମନୋଜ କୁମାର ଭୋଇ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ, ଭବାନୀ ଶଙ୍କର ଉଦଗାତା, ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚନା ସିଂ ପ୍ରମୁଖ ଯୋଗଦେଇ ଓଡିଶା ଦିବସ ଓ ଜଗତସିଂହପୁର ଜ଼ିଲ୍ଲା ମହୋତ୍ସବ କଲ୍ଲୋଳ ର ଐତିହ୍ୟ, ପରମ୍ପରା ସମ୍ପର୍କ ରେ ଉଦବୋଧନ ଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *