• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ଅଦାଲତରେ ଆଇନ ସଚେତନତା ଶିବିର

Bymamatanews

May 2, 2025
Spread the love

ଆନ୍ତର୍ଜାତିୟ ଶ୍ରମିକ ଦିବସ ପାଳନ ଅବସରରେ ବଅଁରପାଳ ଜେ. ଏମ.ଏଫ. ସି.କୋର୍ଟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଦାଲତର ବିଚାରପତି ତଥା ତାଳୁକ ଆଇନ ସେବା କମିଟିର ଚେୟାରମ୍ୟାନ/ଅଧକ୍ଷ୍ୟା ମାନନୀୟା ସାବିତ୍ରୀ ଦାସ ଉପସ୍ଥିତ ଶ୍ରମିକ ମାନଙ୍କୁ ଶ୍ରମିକ ମାନଙ୍କ ପାଇଁ ଶ୍ରମିକ ଦିବସ ପାଳନ କରିବାର ଉଦ୍ୟେଶ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଶ୍ରମିକ ମାନଙ୍କର ସମ୍ଭିଧାନିକ ଅଧିକାର ଓ ଶ୍ରମ ଆଇନରେ ଶ୍ରମିକ ମାନଙ୍କ ପାଇଁ ଥିବା ସମସ୍ତ ପ୍ରାବଧାନ ଅବଗତ କରାଇଥିଲେ, ଏବଂ ଏ ଶିବିରରେ ତାଳୁକ ଆଇନ ସେବା କମିଟିର ସଦସ୍ୟ ତଥା ବରିଷ୍ଠ ଓକିଲ ହେମନ୍ତ କୁମାର ସାହୁ ଶ୍ରମିକ ଦିବସର ଆରମ୍ଭ ଓ ଇତିହାସ ବିଷୟରେ ସମକ୍ୟ ଧାରଣା ପ୍ରଦାନ କରିବା ସହ ସରକାର ଙ୍କ ତରଫରୁ ଶ୍ରମିକ ମାନଙ୍କୁ ମିଳୁଥିବା ସମସ୍ତ ମାଗଣା ସୁବିଧା ଓ ଯୋଜନା କିପରି ଉପଲବ୍ଧ ହେବ ସେ ସମ୍ପର୍କରେ ଉପସ୍ଥିତ ଶ୍ରମିକ ମାନଙ୍କୁ ସଚେତନତା କରାଇଥିଲେ, ଶେଷରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ନିର୍ମାଣ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ସମସ୍ତ ଓକିଲ ଉପସ୍ଥିତ ଥିଲେ ଓ ଅଦାଲତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *