• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୫ ଜଣ ସ୍କ୍ରାପ ବେପାରୀଙ୍କୁ କାବୁ କଲା ବଅଁରପାଳ ପୋଲିସ

Bymamatanews

Jul 2, 2025
Spread the love

୨ ଟ୍ରକ, ପିକଅପ ଭ୍ୟାନ, ୧ ଟାଟା ଏସି ମାଲବାହୀ ଟେମ୍ପୁ ସହ ୩ ଲକ୍ଷ ଟଙ୍କା ର ସ୍କ୍ରାପ ଜବତ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ରେ ମଙ୍ଗଳବାର ସନ୍ଧ୍ୟାରେ ବଅଁରପାଳ ପୋଲିସ କଲେଜ ଛକ ନିକଟରୁ ୬୦ଟନ ରୁ ଉର୍ଦ୍ଧ ସ୍କ୍ରାପ ବୋଝେଇ ୨ଟି ଟ୍ରକ ଏବଂ ୧ ଟି ପିକଅପ ଭ୍ୟାନ ୧ଟି ଟାଟା ଏସି ମାଲବାହୀ ଟେମ୍ପୁ ଜବତ କରିଛି।

ସମ୍ପୃକ୍ତ ଘଟଣାରେ ୫ ଯୁବକକୁ ବଅଁରପାଳ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ  କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ସିକ୍ରିପୁର ଅଞ୍ଚଳର ରାଜୀବ କୁମାର ଯାଦବ, ,ଢେଙ୍କାନାଳ ଗୋବିନ୍ଦ ପୁର ସିଆରିଆ ଅଞ୍ଚଳର ଗଦାଧର ବେହେରା, ଅନୁଗୋଳ ସମଲ  ଅଞ୍ଚଳର ବେଣୁଧର ବେହେରା, ଉତ୍ତରପ୍ରଦେଶ ଜନପୁର ଅଞ୍ଚଳର ମିତ୍ରଲାଲ ଗୁପ୍ତା, ମିର୍ଜାପୁର ଅଞ୍ଚଳର ସୁନୀଲ ସାହାଣୀ।

ସୂଚନା ମୁତାବକ ଅଭିଯୁକ୍ତ ମାନେ ଦୁଇ ଟ୍ରକ ଓଡି୦୪ଏନ୍-୫୫୮୨ ଏବଂ ଓଡି ୦୫କିଉ -୪୪୭୪, ପିକଅପ ଭ୍ୟାନ ଓଡି ୧୯ ଏଏ- ୦୧୬୯, ଟାଟା ଏସି ଓଡି ୧୯ଟି-୦୫୩୪ ଦ୍ୱାରା ନୂଆହତା ୫୫ନମ୍ବର ଜାତୀୟ ରାଜପଥ ନବନିର୍ମିତ ବ୍ରିଜ ଅଞ୍ଚଳର ଲୁହା, ପ୍ଲାଷ୍ଟିକ ଆଦି କାବାଡି ଦୋକାନ ରୁ ଲୋଡ଼ କରି ଅନୁଗୋଳ  ଆଡକୁ ଯାଉଥିବା ବେଳେ ପୋଲିସ ଖବର ପାଇ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଯାଇଥିଲେ‌। ଗାଡି ଜବତ କରି ଯାଞ୍ଚ କରିବା ବେଳେ ଗାଡି ରୁ ଲୁହା ସହ କିଛି ଯାନବାହାନର କଟା ସମାଗ୍ରୀ ଦେଖିବାକୁ ମିଳିଥିଲା। ଗାଡି ଜବତ କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରି ବଅଁରପାଳ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *