ପୁରୁଣା ପେନସନ ପାଇଁ ଜାତୀୟ ଆନ୍ଦୋଳନ ର ଅନୁଗୋଳ ଶାଖା ପକ୍ଷରୁ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ପ୍ରଦାନ କରିଛନ୍ତି।ଏନ୍ଏମ୍ଓପିଏସ୍ ଅନୁଗୋଳ ଜିଲ୍ଲା ସଭାପତି ମୀନକେତନ ମହାପାତ୍ର ଓ ସମ୍ପାଦକ ଦେବାନନ୍ଦ ସାହୁଙ୍କ ନେତୃତ୍ବରେ ଜିଲ୍ଲା ଶାଖା ସଦସ୍ୟମାନେ ଶୁକ୍ରବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ । ଅବସର ପରେ ପେନସନ୍ ହେଉଛି ସରକାରୀ କର୍ମଚାରୀଙ୍କ ଶେଷ ଜୀବନର ଆଶାବାଡ଼ି। ଅବସର ପରେ ଦାନା, କନା ଓ ଔଷଧ ଯୋଗାଡ଼ କରିବା ପାଇଁ ବ୍ୟବସ୍ଥା ନଥିବା ବେଳେ ୨୦୦୪ ଜାନୁଆରୀ ୧ ତାରିଖରୁ ସରକାରୀ କର୍ମଚାରୀ ନିଯୁକ୍ତି ପାଇଥିବା ପ୍ରତ୍ୟେକଙ୍କୁ ପୁରୁଣା ପେନସନ୍ ଯୋଜନାରେ ସାମିଲ୍ କରି ପେନସନ୍ ପ୍ରଦାନ କରିବାକୁ ଦାବି କରିଥିଲେ । ଆଜି ସାରା ଦେଶରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ସମସ୍ତ ସରକାରୀ ଏନ୍ପିଏସ୍ କର୍ମଚାରୀ ଜୋରଦାର ଆନ୍ଦୋଳନ କରିବା ସହ କଳାବ୍ୟାଜ୍ ପରିଧାନ କରି ଶାଧିପୂର୍ଣ ଆନ୍ଦୋଳନ କରାଯିବ। ତଥାପି ଯଦି ସରକାରଙ୍କ ହୃଦୟ ନ ତରଳେ, ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
filter: 0; fileterIntensity: 0.0; filterMask: 0; module: video;
hw-remosaic: false;
touch: (-1.0, -1.0);
modeInfo: Beauty ;
sceneMode: 0;
cct_value: 5525;
AI_Scene: (-1, -1);
aec_lux: 164.47281;
aec_lux_index: 0;
hist255: 0.0;
hist252~255: 0.0;
hist0~15: 0.0;
albedo: ;
confidence: ;
motionLevel: 0;
weatherinfo: null;
temperature: 48; 