• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୁର୍ଘଟଣାଗ୍ରସ୍ତ ଗୁରୁତ୍ତର ୭ ଜବାନଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

Bymamatanews

Aug 2, 2025
Spread the love

ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ନମ୍ବର ମୁଣ୍ଡାସାହିଠାରେ ଦୁର୍ଘଟଣାରେ ପ୍ରାୟ ୧୦ ଜଣ SOG ଗ୍ରୁପ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତ୍ତର ଅଛି। ସୂଚନା ଯେ, ବିଳମ୍ବିତ ରାତିରେ ୨ୟ ବାଟାଲିୟନର ୧୪ ଜଣ ଜବାନଙ୍କୁ ନେଇ ଏକ ଟ୍ରାଭେଲର ଗାଡି ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ମୁଣ୍ଡାସାହିଠାରେ ଜାତୀୟ ରାଜପଥ ଉପରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଟ୍ରାଭେଲରଟି ଧକ୍କା ଦେଇଥିଲା । ଫଳରେ ସେଥିରେ ଥିବା ଜବାନ ମାନେ ଆହତ ହୋଇଥିଲେ । ଆହତ ମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତ୍ତର ରହିଥିବା ବେଳେ ୫ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଛି ।ଆଉ ପ୍ରାୟ ୩ ଜଣ ସାମାନ୍ୟ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ର ଖବର୍ ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଁଚି ଆହତ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ବିଷୟରେ ବୁଝି ଥିଲେ। ଉତ୍ତମଃ ଚିକିତ୍ସା ଯୋଗାଇବା ଏବଂ ଯବାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *