ମୁମ୍ୱାଇ ଅଞ୍ଚଳରୁ ଅନୁଗୋଳ ସହରକୁ ବୁଲି ଆସିଥିବା ଜଣେ ଯୁବକଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇ ନେଇ ଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ। ସୂଚନା ଯେ, ଗତ ଶୁକ୍ରବାର ରାତିରେ ଅରବାଜ କାୟୁମ୍ ଖାନ ଟ୍ରେନ ଯୋଗେ ଅନୁଗୋଳ ରେଳ ଷ୍ଟେସନରେ ପହଞ୍ଚି ତାଙ୍କର ଜଣେ ସହଯୋଗୀଙ୍କ ସହିତ ଜଗନ୍ନାଥ ମନ୍ଦିର ନିକଟରେ ବୁଲୁଥିବା ବେଳେ ଦୁଇ ଯୁବକ ହୋଟେଲରେ ରୁମ ଦବା କହି ଏକ ହୋଟେଲକୁ ନେଇ ଯାଇଥିଲେ। ରାତ୍ର ୯ ଘଟିକା ବେଳେ ଖାଇବା ପାଇଁ ଅରବାଜ ଙ୍କୁ ଡ଼ାକିନେଇ ବାଇକରେ ବସାଇ ଏକ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଅରବାଜ ଙ୍କୁ ମାଡ଼ ମାରି ଜୋର ଜବର କ୍ୟାସ ପାଞ୍ଚ ହଜାର ଏବଂ ଫୋନ ପେ. ରେ ୨୫ ହଜାର ନେଇ ଯାଇଥିଲେ। ଯାହା ଫଳରେ ଅରବାଜକୁ ଶନିବାର ସକାଳୁ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଛାଡ଼ି ଦେଇଥିଲେ। ତେଣୁ ଅରବାଜ ଥାନାକୁ ଯାଇଥିବା ବେଳେ ପୋଲିସ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା। ଚିକିତ୍ସା ହୋଇ ଅରବାଜ ଥାନାକୁ ନଯାଇ ଘରକୁ ଟ୍ରେନ ଯୋଗେ ପଳାଇ ଯାଇଥିଲେ । ଏ ସଂକ୍ରାନ୍ତରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତ ହେଲେ ତେଣ୍ଟୁଲୋଇ ଅଞ୍ଚଳର ଗୋବିନ୍ଦ ନାଏକ, ବଅଁରପାଳ ଶୁଖୁଆସାହି ଅଞ୍ଚଳର ସଞ୍ଜୟ ନାଏକ ଓ ବଅଁରପାଳ ତଳସାହି ଅଞ୍ଚଳର ବିଜୟ ପରିଡାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ବାଇକ ଏବଂ ଚାରିଟି ମୋବାଇଲ୍ ଫୋନ ଜବତ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
