• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ବଡ ଧରଣର ଅଘଟଣ ନେଇ ଉତ୍ତେଜନା

Bymamatanews

Oct 2, 2024
Spread the love

ଆଇ ସି ୟୁ ମଧ୍ୟରେ ଶିଶୁ ବେଡ୍ ବଦଳେଇବା ଓ ଶିଶୁ ବଦଳାଇବା ପରି ଅଭିଯୋଗ ଆଣିଛନ୍ତି ପରିବାରବର୍ଗ

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ନବଜାତ ଶିଶୁ ପୁତ୍ର ମୃତ୍ୟୁ କୁ ନେଇ ଚାପା ଉତେଜନା ଦେଖିବାକୁ ମିଳିଛି । ଚିକିତ୍ସାଳୟର ଦାୟିତ୍ୱ ହୀନତା ବୋଲି ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ସୂଚନା ଯେ, ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ ସାହିର ବାପୁ ଗୋଛୟତଙ୍କର କଣିହାଁ ଚିକିତ୍ସାଳୟରେ ଗତ ସେପ୍ଟେମ୍ବର ୨୭ ତାରିଖରେ ୯.୪୫ ବେଳକୁ ଗୋଟିଏ ପୁଅ ଜନ୍ମ ହୋଇଥିଲା ପୁଅର ଓଜନ କମ ଥିବାରୁ ତାପର ଦିନ ଛୁଆର ସ୍ୱାସ୍ଥ୍ୟ ବିଗିଡିବାକୁ ଲାଗିଲା। ସେଠାରୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ପରିବାରବର୍ଗଙ୍କୁ ଡାକ୍ତର କହିଥିଲେ । ୨୮ତାରିଖ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଛୁଆକୁ ଆଇସିୟୁର ୧୬ ନମ୍ୱର ବେଡ଼ରେ ଚିକିତ୍ସା ପାଇଁ ରଖାଗଲା । ଦିନକୁ ଥରେ ମାତ୍ର ଛୁଆକୁ ଦେଖା କରିବାକୁ ଜଣକୁ ମାତ୍ର ଛଡା ଯାଉଥିଲା ।ସବୁଦିନ ଡାକିକି ଛୁଆର ମା ବାପାଙ୍କୁ ଡାକି ସ୍ୱାସ୍ଥ୍ୟ ଅବସ୍ଥାର ତଥ୍ୟ ଦେଉଥିଲେ । ହେଲେ ମଙ୍ଗଳବାର ଶିଶୁ ଗୁରୁତ୍ତର ହେବାରୁ ବାପା ମା ଦେଖିବାକୁ ଯିବା ବେଳେ ତାଙ୍କ ଛୁଆ ୧୬ ନମ୍ୱର ବେଡ଼ରୁ ୧୨ ନମ୍ବର ବେଡ଼କୁ ସ୍ଥାନନ୍ତରିତ ହୋଇ ଯାଇଛି । ସେଠାରେ ସେ ସଂଗେ ସଂଗେ ପଚାରିଥିଲେ କି ମୋ ଛୁଆ ଗୋଟିଏ ବେଡ଼ରୁ ଅନ୍ୟ ଏକ ବେଡ଼କୁ କିପରି ସ୍ଥାନାନ୍ତର ହେଲା ବୋଲି ପଚାରିବାରୁ ତାଙ୍କୁ କୁହା ଯାଇଥିଲା କି ଅକ୍ସୀଜେନ ଅଧିକ ପାଇଁ ଆମେ ସ୍ଥାନାନ୍ତର କରିଥିଲୁ । ଛୁଆ ଅବସ୍ଥା ଗୁରୁତ୍ତର ହେବାରୁ ସନ୍ଧ୍ୟା ବେଳକୁ ମୃତ୍ୟୁ ହୋଇଯାଇଛି ବୋଲି ସୂଚନା ଦେବା ପରେ ଛୁଆର ପରିବାର ଲୋକ ଆମ ଛୁଆକୁ ବଦଳାଇ ଦେଇଛ ବୋଲି ଅଭିଯୋଗ କରି ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ବସି ରହିଲେ । ଚିକିତ୍ସାଳୟ ପରିସର ଚାପା ଉତ୍ତେଜନା ହେବାରୁ ଘଟଣା ସ୍ଥଳରେ ଅନୁଗୋଳ ଟାଉନ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ଏପଟେ ଚିକିତ୍ସାଳୟ କର୍ତ୍ତୁପକ୍ଷଙ୍କ ଯୋଗାଯୋଗ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନାହିଁ। ଯାହା ଫଳରେ ଚିକିତ୍ସାଳୟ କର୍ତ୍ତୃପକ୍ଷ ଙ୍କ ତଥ୍ୟ ମିଳିପାରିଲା ନାହିଁ।

Leave a Reply

Your email address will not be published. Required fields are marked *