• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାକ୍ଷୀ ଏଜେନ୍ସି ଦୋକାନ ପିଲାଙ୍କ ମାଡ଼ରେ କନିଷ୍ଠ କିରାଣୀ ଓ ତାଙ୍କ ସ୍ତ୍ରୀ ଆହତ

Bymamatanews

Nov 2, 2024
Spread the love

ଶୁକ୍ରବାର ସକାଳେ ଅନୁଗୋଳ ଟିଚର୍ସ କଲୋନୀରେ ରହୁଥିବା ଡିଇଓ ଅଫିସର କନିଷ୍ଠ କିରାଣୀ ଶଶାଙ୍କ ଶେଖର ସାହୁ ଓ ପତ୍ନୀ ତପସ୍ଵିନୀ ଛୋଟ ଝିଅଙ୍କୁ ଧରି ସ୍କୁଲ ରୁ ଟିଚର୍ସ କଲୋନୀ ସ୍ଥିତ ଘରକୁ ଫେରୁଥିବା ସମୟରେ ଘର ପାଖରେ ଥିବା ରାକ୍ଷୀ ଏଜେନ୍ସିର ମାଲିକଙ୍କ ସହ ଶଶାଙ୍କର ଯୁକ୍ତି ତର୍କ ହୋଇଥିଲା। ଶଶାଙ୍କ ଦୋକାନ ସାମନାରେ ବେପରୁୱା ଗାଡି ପାର୍କିଂକୁ ନେଇ କହିବାରୁ ଦୋକାନ ମାଲିକ ଯୁକ୍ତି ତର୍କ କରୁଥିବା ବେଳେ ଦୋକାନର ଷ୍ଟାଫ୍ ଦଳବଳ ସହ ଆସି ଶଶାଙ୍କ ଏବଂ ତାଙ୍କ ସ୍ତ୍ରୀକୁ ନିସ୍ତୁକ ପିଟି ଆହତ କରି ଦେଇଥିଲେ। ଏଥିସହ ଘଟଣା ନେଇ ଥାନାରେ ଜଣାଇଲେ
ଦମ୍ପତିଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ତପସ୍ଵିନୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଅନୁଗୋଳ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଖୀ ଏଜେନ୍ସି ଓ ଆଖପାଖରେ ଦୋକାନୀ ମାନେ ମନ ଇଚ୍ଛା ଗାଡି ପାର୍କିଂ କରୁଥିବାରୁ ଟ୍ରାଫିକ ବ୍ୟବସ୍ଥା ବ୍ୟାହତ ହେବା ସହ ଅନେକ ସମୟରେ ଗଣ୍ଡଗୋଳ ଘଟୁ ଥିବା ସ୍ଥାନୀୟ ଅଞ୍ଚଳବାସୀ କହିନ୍ତି ।

Leave a Reply

Your email address will not be published. Required fields are marked *