ନାଲକୋ ଥାନା ଅର୍ନ୍ତଗତ କlଣ୍ଡସର୍ ସ୍ଥିତ ହୋଟେଲ ଜସ୍ମିନ ପ୍ୟାଲେସ ସାମ୍ନାରେ ଏକ ସଡ଼କ ଦୁର୍ଘଟଣାରେ ହୋଇଥିଲା l
ସୁଚନା ଥାଉ କି ରବିନ୍ଦ୍ର ପରିଡା ଙ୍କ ୩୪ ବର୍ଷୀୟ ପୁଅ ବିରେନ୍ଦ୍ର ନାଥ ପରିଡା ଟ୍ରକ୍ ଦୁର୍ଘଟଣା ରେ ରାସ୍ତାରେ ପଡି ଛଟପଟ ହେଉଥିଲେ l ଜଣେ ସମାଜସେବୀ କିନ୍ନର ଚିନ୍ମୟୀ ଦାସ ଙ୍କୁ ଯୋଗାଯୋଗ କରିଥିଲେ , ସଙ୍ଗେ ସଙ୍ଗେ ଚିନ୍ମୟୀ ଦାସ ପହଞ୍ଚି 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ଏଥିରେ ବିଫଳ ହେବାରୁ ନିକଟସ୍ଥ ନାଲକୋ ଥାନା ଜଣାଇଥିଲେ l ସ୍ୱଳ୍ପ ସମୟ ମଧ୍ୟରେ ନାଲକୋ ଥାନା ପହଞ୍ଚିଥିଲେ l କିନ୍ତୁ ତାଙ୍କର ଗୋଡଟି ସମ୍ପୂର୍ଣ୍ଣ ଭାଙ୍ଗିଥିବା ଯୋଗୁଁ ଅନ୍ୟ କୌଣସି ଯାନ ରେ ସମ୍ଭବପର ହୋଇ ନ ଥିଲା ପରବର୍ତ୍ତୀ ମୁହୁର୍ତ ରେ ଏକ ପ୍ରାଇଭେଟ୍ ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ନେଇ ଡାକ୍ତର ଙ୍କୁ ଦେଖେଇ ଏକ୍ସ – ରେ କରିବା ପରେ ଜଣାପଡ଼ିଲା ତାଙ୍କ ଗୋଡ଼ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଏବଂ ପ୍ରବଳ ରକ୍ତସ୍ରାବ ହେଉଛି, ଅନୁଗୋଳ ଡାକ୍ତରଖାନା ରେ ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି l ସୁବର୍ଣ୍ଣ ମୁହୂର୍ତ୍ତରେ ପହଞ୍ଚେଇ ସମସ୍ତ ଚିକିତ୍ସାରେ ସହଯୋଗ କରିଥିବାରୁ ଚିନ୍ମୟୀ ଙ୍କୁ ସାଧାରଣ ରେ ପ୍ରଶଂସା କରାଯାଇଛି l
