ବଲାଙ୍ଗିର ଦିନ୍ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ମହୋତ୍ସବରେ ଯୋଗଦେଇ କହିଛନ୍ତି ଯେ ବଲାଙ୍ଗିରକୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭାଷା, ସାହିତ୍ୟ, ରାଜନୀତି, ସଂସ୍କୃତି ଆଦି ପ୍ରତି କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ଅବଦାନ ଅତୁଳନୀୟ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଆମ ସରକାର ଓଡିଶାର ସମସ୍ତ ମହତ୍ବପୂର୍ଣ୍ଣ ଓ ଐତିହାସିକ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ କରି ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି। ବଲାଙ୍ଗିର ଜିଲ୍ଲାର ଶ୍ରୀ ହରିଶଙ୍କର ଓ ରାଣିପୁର-ଝରିଆଲକୁ ପ୍ରାଥମିକତା ଦେଇ ଉନ୍ନତି କରଣ କରାଯିବ ବୋଲି ସେ କହିଥିଲେ।

