ସରକାରୀ ଅଧିକାରୀ ମାନେ ଲଗାମ୍ ଛାଡି ପାଲଟି ଗଲେଣି ଦେଖନ୍ତୁ ଏପରିକି ସେ ଆଇନଜିବି କୁ ଏହିପରି କରିବେ ତ ସାଧାରଣ ଜନତାଙ୍କ କଥା ଅବସ୍ଥା କିପରି ଥିବ ଅନୁମାନ କରିପାରିବେ
ଛେଣ୍ଡିପଦା ତହସିଲରେ ଏଭଳି ବହୁତ୍ ଦୁର୍ନୀତି ହେଉଛି। ତହସିଲଦାର ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ ଆଗକୁ ଜଣାପଡ଼ିବ। କାର୍ଯ୍ୟାଳୟ ର ମୁଖିଆ ନ ଜାଣିଲେ କଣ ଦୁର୍ନୀତି ହେଇ ପାରିବ କି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ସାଧାରଣରେ ଚର୍ଚ୍ଚା ହେଉଛି ଏଥିରେ ତହସିଲଦାର ଙ୍କ ମଧ୍ୟ ହାତ ରହିଥାଇପାରେ ସନ୍ଧେହ କରାଯାଉଛି। ସୂଚନା ଅନୁସାରେ, ଅନୁଗୁଳ ଅଞ୍ଚଳର ଓମ ପ୍ରକାଶ ଅଗ୍ରୱାଲଙ୍କର ଛେଣ୍ଡିପଦା ତହସିଲରେ ୩ ଟି ମୁଟେସନ ରହିଥିଲା I ଏନେଇ ତାଙ୍କର ଓକିଲ ବାରମ୍ବାର ଦୌଡିଥିଲେ I ଏହି ମୁଟେସନ ପାଇଁ ଛେଣ୍ଡିପଦା ଆଡିସିନାଲ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ୯ ହଜାର ଟଙ୍କା ଦାବୀ କରିଥିଲେ I ବାଧ୍ଯ ହୋଇ ଓମ ପ୍ରକାଶଙ୍କ ଓକିଲ ଅନୁଗୁଳ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଏହି ଅର୍ଥ ଦେବା ପାଇଁ ଆଜି ଓମ ପ୍ରକାଶଙ୍କ ଓକିଲ ଛେଣ୍ଡିପଦା ଆଡିସିନାଲ ତହସିଲଦାରଙ୍କୁ ଦେଉଥିବା ବେଳେ ସେ ଅଫିସର ପିଅନ କାହ୍ନା ସାହୁଙ୍କୁ ଦେବା ପାଇଁ କହିଥିଲେ I କାହ୍ନା ସାହୁ ଓକିଲଙ୍କ ଠାରୁ ୯ ହଜାର ଟଙ୍କା ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସର ଆଡିସନାଲ ଏସପି ସ୍ବସ୍ତିକ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ତାଙ୍କ ଠାରୁ ୯ ହଜାର ଟଙ୍କା ଜବତ କରିଥିଲେ । ଏନେଇ ଭିଜିଲାନ୍ସ ଟିମ ପକ୍ଷରୁ ଆଡିସିନାଲ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ଓ କାହ୍ନା ସାହୁଙ୍କୁ ଅଟକ ରଖି ତାଙ୍କର ଅଫିସ ଚାମ୍ବର ସହିତ ସରକାରୀ ବାସଭବନକୁ ଯାଞ୍ଚ କରୁଛି । ଏହା ପରେ ଭିଜିଲାନ୍ସ ଟିମ ପିଅନ କାହ୍ନା ସାହୁଙ୍କ ପୋଢାପଡା ସ୍ଥିତ ଘର ଏବଂ ଆଡିସିନାଲ ତହସିଲଦାରଙ୍କର ତାଳଚେର ସ୍ଥିତ ଭଡା ଘର ଓ ଆଠମଲ୍ଲିକ ପୈତୃକ ବାସଭବନରେ ଚଢ଼ାଉ କରି ଆୟ ବହିରର୍ଭୁତ ସମ୍ପତ୍ତର ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣା ପଡିଛି । ଏହି ଚଢ଼ାଉରେ ଅନୁଗୁଳ ଭିଜିଲାନ୍ସ ଡ଼ିଏସପି ପିକେ ସାମଲ, ଇନ୍ସପେକ୍ଟରଙ୍କ ସମେତ ପ୍ରାୟ ୧୦ ଜଣ ସାମିଲ ରହିଛନ୍ତି
