• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କରେଣ୍ଟ ଯୁକ୍ତ ଶିକାରି ଫାଶର ପଡି ବନବିଭାଗ ପେଟ୍ରୋଲିଂ ୱାଚର ଗୁରୁତ୍ତର

Bymamatanews

Jan 3, 2026
Spread the love

ଅନୁଗୋଳ ବନଖଣ୍ଡ ଅଧୀନସ୍ଥ ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ୍ ହମାମୀରା ଗାଁ ସୁନି ମୁଣ୍ଡା ଅଞ୍ଚଳରେ କରେଣ୍ଟ ଶିକାରି ଫାଶର ପଡି ବନବିଭାଗ ପେଟ୍ରୋଲିଂ ୱାଚର ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଦିଲ୍ଲୀପ ଗୋଚ୍ଛାୟତ ବୋଲି ଜଣା ପଡିଛି। ସୂଚନା ଯେ, ବନ୍ତଳା ଅଞ୍ଚଳରେ ଜନ୍ତୁ ଶିକାର ବଢୁ ଥିବାରୁ ଅନୁଗୋଳ ବନ ଖଣ୍ଡ ପକ୍ଷରୁ ପେଟ୍ରୋଲିଂ କରାଯାଉଛି। ଆଜି ସନ୍ଧ୍ୟା ସମୟରେ ମଧ୍ୟ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ୱାଚର ମାନେ ପେଟ୍ରୋଲିଂ କରୁଥିଲେ । ଶିକାରି ମାନେ ବିଛାଇ ଥିବା ଫାଶ ରେ ୱାଚର ଦିଲ୍ଲୀପଙ୍କ ଗୋଡ଼ ଲାଗୀ ଯାଇଥିଲା। ଯାହା ଫଳରେ ଦିଲ୍ଲୀପ ଙ୍କୁ କରେଣ୍ଟ ଲାଗିଥିଲା। ଦିଲ୍ଲୀପ ଗୁରୁତ୍ତର ହୋଇ ଯିବାରୁ ଅନ୍ୟ ବନ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ଦିଲ୍ଲୀପ ଙ୍କର ଡାହାଣ ଗୋଡ଼ ଏବଂ ପାଦ ପୋଡି ଯାଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *