ଦୁଇ ବେପାରୀ ଙ୍କ ସମ୍ପର୍କରେ ମା ଓ ପୁଅ
ସମ୍ପର୍କରେ ଏପରି ନିଶା ବେପାରୀ ବାହାରିବା ଶୁଣି ଅଞ୍ଚଳବାସୀ ଆଚମ୍ବିତ
ଅନୁଗୋଳ ଟାଉନ ଥାନା ଅମଲାପଡା କେନାଲ ନିକଟ ତଥା ସରକାରୀ ଆଶ୍ରୟସ୍ଥଳୀ ସମୁଖରେ ବ୍ରାଉନ ସୁଗାର ବେପାର କରୁଥିବା ବେଳେ ମା ପୁଅ କୁ ଗିରଫ କରିଛି ଅନୁଗୋଳ ପୋଲିସ । ସୂଚନା ଯେ, ଆଜି ଦିନ ଦ୍ବିପ୍ରହର ସମୟରେ ଅମଲାପଡା କେନାଲ ନିକଟ ତଥା ସରକାରୀ ଆଶ୍ରୟସ୍ଥଳୀ ସମୁଖରେ କୁରେସା ବିବି ଏବଂ ଏସ.କେ ଉନୁସ ବ୍ରାଉନ ସୁଗାର ବେପାର କରୁଥିବା ପୋଲିସ ଖବର ପାଇ ଥିଲା। ଅନୁଗୋଳ ପୋଲିସ, ଅନୁଗୋଳ ଅତିରିକ୍ତ ତହସିଲଦାର ଶ୍ରୀପାଲି ଭରଦ୍ବାଜ, ସଦର ଆର ଆଇ ମଛିନ୍ଦ୍ରମୈତ୍ରି ରଞ୍ଜନ ସାହୁ, ଜୁନିୟର୍ ରେଭିନ୍ୟୁ ଆସିଷ୍ଟାଣ୍ଡ ଦିନେଶ୍ କୁମାର ମାଝୀ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢାଉ ରେ ମା, ପୁଅ କୁରେସା ବିବି ଏବଂ ଏସ.କେ ଉନୁସକୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଦୁଇ ଜଣଙ୍କ ଠାରୁ 6 ଗ୍ରାମ ବ୍ରାଉନ ସୁଗାର, 34 ହଜାର ଟଙ୍କା, ଦୁଇ ଗୋଟି ଫୋନ, ଲାଇଟର, ଚିଟ୍ ପେପର ସହ ଏକ ବାଇକ୍ କୁ ଜବତ କରିଛି ପୋଲିସ।
