• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବ୍ଲାକ ଡାଏମଣ୍ଡ ଠାରେ ବଚପନ୍ ପ୍ଲେ ସ୍କୁଲ ପକ୍ଷରୁ ୧୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Bymamatanews

Feb 3, 2025
Spread the love

ଅନୁଗୋଳ : ବଚପନ୍ ପ୍ଲେ ସ୍କୁଲ ପକ୍ଷରୁ ୧୫ ତମ ବାର୍ଷିକ ଉତ୍ସବ ଅବସରରେ ଓଡିଶା ସାମ୍ବାଦିକ ୟୁନିୟନ ଅନୁବନ୍ଧିତ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ସଭାପତି ଅଜିତ କୁମାର ଧରଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଇଅଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ମୁଖ୍ୟ ଙ୍କ ସୁପରିଚାଳନା ରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିଛନ୍ତି ।

ଛୋଟ ଛୋଟ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ନୃତ୍ୟ ପରିବେଷଣ ଅଭିଭାବକ ଓ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଏହି ଅବସରରେ ଶତାଧିକ ଅଭିଭାବକ ସହ ବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କଳାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ମୁଖ୍ୟ ଅତିଥି ଓ ସମ୍ମାନୀତ ପ୍ରମୁଖ ପ୍ରଦାନ କରି ଉତ୍ସାହିତ କରିଥିଲେ । ଖେଳକୁଦ ସାଙ୍ଗକୁ ଶିକ୍ଷା ଓ ଭାରତୀୟ ସଂସ୍କାର, ସଂସ୍କୃତି ଶିକ୍ଷାଦାନ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆତ୍ମିୟତା ବୃଦ୍ଧି କରିବାରେ ସହାୟକ ହୋଇପାରିଛି

Leave a Reply

Your email address will not be published. Required fields are marked *