ଏମୟୁସିସି ସମ୍ବଲପୁର ମାତ ଦେଇ ରାଇଜିଙ୍ଗ ଷ୍ଟୁଡେଣ୍ଟ କଟକ ଚାମ୍ପିୟନ
ସ୍ଥାନୀୟ କଦମ ପଡିଆ ରେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ଅନୁଗୋଳ କପ କ୍ରିକେଟ ଟୁର୍ନାମେଣ୍ଟ ରେ କଟକ ର ରାଇଜିଙ୍ଗ ଷ୍ଟୁଡେଣ୍ଟ କଟକ ବିଜୟୀ ହୋଇ ଟ୍ରଫି ସହ ଏକ ଲକ୍ଷ ପୁରସ୍କାର ରାଶି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର, ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମ୍ମାନ୍ନିତ ଅତିଥିଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଧାୟକ ଅଗସ୍ତି ବେହେରା, ଏ ଡି ଏମ ଉଦୟ କୁମାର ମହାପାତ୍ର ଯୋଗଦାନ କରିଥିଲେ | ଦୁଇ ଦଳ ଟଚ କାର୍ଯ୍ୟକ୍ରମ ମଧ୍ୟରେ କଟକ ଦଳ ଟଚ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇ ଥିଲେ | ଏମୟୁସିସି ସମ୍ବଲପୁର ଦଳ ସମସ୍ତ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରିଥିଲେ | ୧୧୮ ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲେ କଟକ ରାଇଜିଙ୍ଗ ଦଳ। ନିର୍ଦ୍ଧାରିତ ୧୮.୧ ଓଭର ରେ ୭ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲେ | ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳର ଖେଳାଳି ଆର ଚିନା ରାଜୁଙ୍କୁ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତି ପୁରସ୍କୃତ କରିଥିଲେ |
ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବେ କଟକ ଦଳ ର ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କୁ ପ୍ରଦାନ କରାଯାଇଥିଲା |
ଚାମ୍ପିୟନ ଟିମକୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିଲା ଓ ରନର୍ସଅପ ସମ୍ବଲପୁର MUCC ଦଳ କୁ ପୂର୍ବତନ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ଟ୍ରଫି ସହ ୭୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ | ଫାଇନାଲ ମ୍ୟାଚକୁ ଓସିଏ ର ଅମ୍ପାୟାର ଆଶୁତୋଷ ପାଣି ଓ ମହେଶ ମୁନସୀ ଖେଳ ପରିଚାଳନା କରି ଥିଲେ | ସ୍କୋର ବୋର୍ଡ ରେ ନିକ୍ସନ ସାହୁ ଓ ସୂର୍ଯ୍ୟ ରାଉତ ଓ ଭାଷ୍ଯକାର ଭାବେ ଓସିଏ ପ୍ୟାନେଲର ମାନସ ଦାସ କାର୍ଯ୍ୟ ତୁଲାଇଥିଲେ |
ଅନଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ପ୍ରତାପ ପ୍ରଧାନ ଓ ସମ୍ପାଦକ ସାଗରନାଥ ମିଶ୍ର ଙ୍କ ତତ୍ୱାବଧାନ ରେ ଟୁର୍ନାମେଣ୍ଟ ର ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା |
