• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ବାଇକ ଚାଳକ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ବନ୍ଦା ଗ୍ରାମ ୫୫ ନମ୍ବର ଜାତୀୟ ରାଜପଥ ରେ ବାଇକ୍ ପଛରେ ଧକ୍କା ଦେଲା କାର। ଗୁରୁତ୍ତର ବାଇକ୍ ଚାଳକ ହେଲେ ତାପସ ପ୍ରଧାନ ଓ ଜିତେନ୍ଦ୍ର ପ୍ରଧାନ। ଅଭିଯୋଗ ମୁତାବକ ଜିତେନ୍ଦ୍ର ଓ ତାପସ କେନ୍ଦୁଝର ଜିଲ୍ଲା ନିବାସୀ ଉଭୟେ ବନ୍ଦା ଗ୍ରାମରେ ରହି ଅଞ୍ଚଳରେ କାର୍ଯ୍ୟ କରନ୍ତି। ଆଜି ସନ୍ଧ୍ୟା ୮ ଘଟିକା ସମୟରେ ତାପସ ଓ ଜିତେନ୍ଦ୍ର ବାଇକ୍ ନମ୍ବର OD 06 J 3849 ରେ ଅନୁଗୋଳ ଯିବା ସମୟରେ ପଛ ପାଖରୁ ଆସୁଥିବା କାର OD 19 D 7862 ଧକ୍କା ଦେଇଥିଲା। ସ୍ଥାନିତ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚି କାର୍ ଚାଳକକୁ କାବୁ କରିବା ସହ ୧୧୨ ନମ୍ବର ରେ ଯୋଗାଯୋଗ କରି ପୋଲିସ କୁ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତ୍ତର ଦୁଇ ଯୁବକକୁ ବଅଁରପାଳ ସିଏଚସି କୁ ଚିକିସ୍ଥା କରାଇଥିଲେ। ଚାଳକ ଗୁରୁତ୍ତର ଥିବାରୁ ଅଧିକ ଚିକିସ୍ଥା ନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି। ଘଟଣାସ୍ଥଳରୁ କାର ଚାଳକ ହେପାଜତ ନେଇ ଦୁଇ ବାଇକ୍ କୁ ଜବତ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *