କ୍ଷତିପୂରଣ ପାଇଁ ଟାର ଜାଳି ରାସ୍ତା କଲେ ଅବରୋଧ
ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଗ୍ରାମ ସିତିରା ସାହି ତଥା ବୁଧବାର ହାଟ ନିକଟରେ ଏକ ଟାଟା ମ୍ୟାଜିକ୍ ଧକ୍କା ରେ ଜଣ ଙ୍କର ମୃତ୍ୟୁ ଘଟିବାରୁ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ପାଇଁ ୬୩ ନମ୍ବର ଜାତୀୟ ରାଜପଥ ରାସ୍ତା କୁ ଅବରୋଧ କରିଛିନ୍ତି। ମୃତକ ଜଣ ଙ୍କ ହେଲେ ସଦର ଥାନା ବେଣାଗାଡ଼ିଆ ଗ୍ରାମର ସ୍ଵର୍ଗତ ସୁରେଶ ଦାସ ଙ୍କ ପୁଅ ଗିରୀଶ ଚନ୍ଦ୍ର ଦାସ (୬୫) । ସୂଚନା ଯେ, ବେଣାଗାଡ଼ିଆ ଗ୍ରାମର ଗିରୀଶ ଚନ୍ଦ୍ର ଦାସ ପ୍ରତ୍ୟକ ଦିନ ସନ୍ଧ୍ୟା ସମୟରେ ସନ୍ଧ୍ୟା ଭ୍ରମଣ କରିବା ପାଇଁ ଆସନ୍ତି। ଆଜି ବି ମଧ୍ୟ ସନ୍ଧ୍ୟା ରେ ଗିରୀଶ ସନ୍ଧ୍ୟା ଭ୍ରମଣ ପାଇଁ ଆସିଥିଲେ। ବୁଧବାର ହାଟ ନିକଟରେ ଚା ଦୋକାନ ରୁ ଚା ପି ଘର କୁ ଫେରୁଥିବା ବେଳେ ଅନୁଗୋଳ ଆଡୁ ଆସୁଥିବା ଏକ ଘରୋଇ କମ୍ପାନୀ ର ଟାଟା ମ୍ୟାଜିକ୍ OD 19 U 7511 ଗାଡି ସନ୍ଧ୍ୟା ୭.୪୫ ବେଳେ ଗିରୀଶ ଙ୍କୁ ସାମ୍ନା ରୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଗିରୀଶ ଙ୍କର ମୃତ୍ୟୁ ଘଟି ଥିଲା। ଖବର ପାଇ ପରିବାର ଲୋକ ଏବଂ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି କ୍ଷତି ପୂରଣ ପାଇଁ ଦାବି କରିବା ସହ ପରିବାର ର ଜଣ ଙ୍କୁ ଚାକିରି ଦେବା ପାଇଁ ଦାବି କରି ଅନୁଗୋଳ ଛେଣ୍ଡିପଦା ୬୩ ନମ୍ଵର ଜାତୀୟ ରାଜପଥ କୁ ଅବରୋଧ କରି ଟାର କୁ ନିଆଁ ଲଗାଇ ବସିଛନ୍ତି। କ୍ଷତି ପୂରଣ ନ ମିଳିଲେ । ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି। ଖବର୍ ପାଇଁ ସଦର ପୋଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରୁଥିବା ଜଣା ପଡିଛି।
