• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଘର ରଙ୍ଗ ମାରୁଥିବା ବେଳେ ଛାତ ରୁ ପଡି ଜଣେ ମୃତ

Bymamatanews

Feb 3, 2025
Spread the love

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ରଙ୍ଗ ମିସ୍ତ୍ରୀ ଏକ ଘର ରଙ୍ଗ ମାରୁଥିବା ବେଳେ ଅସାବଧାନତା ପାଇଁ ଦୁଇ ମହଲା ଛାତ ଉପରୁ ପଡି ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଚନ୍ଦ୍ରବାହାଳ ଗ୍ରାମ ରାଉତ ସାହି ର ଦୁଃଶାସନ ରାଉତ ଙ୍କ ପୁଅ ପ୍ରଦୀପ ରାଉତ (୪୦) । ସୂଚନା ଯେ, ସଦର ଥାନା ଅନ୍ତର୍ଗତ ଚନ୍ଦ୍ରବାହାଳ ଗ୍ରାମ ରାଉତ ସାହି ର ଦୁଃଶାସନ ରାଉତ ଙ୍କ ପୁଅ ପ୍ରଦୀପ ରାଉତ କିଛି ଦିନ ହେଲା ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ଅଞ୍ଚଳ କୁ ଏକ ତିନି ମହଲା ଘର ରଙ୍ଗ କାମ କରିବାକୁ ଆସନ୍ତି। ଆଜି ମଧ୍ୟ ପ୍ରଦୀପ ରଙ୍ଗ କାମ କରିବାକୁ ଆସିଥିଲେ। ଦୁଇ ମହଲା ଉପରେ ଚଢି ରଙ୍ଗ ମାରୁଥିବା ବେଳେ ଅସାବଧାନତା ପାଇଁ ଦୁଇ ମହଲା ଉପରୁ ତଳେ ଖସି ପଡିଥିଲେ। ଯାହା ଫଳରେ ପ୍ରଦୀପ ଗୁରୁତର ହୋଇ ଯାଇଥିଲେ। ସାଥିରେ କାର୍ଯ୍ୟ କରୁଥିବା ଅନ୍ୟ ସହଯୋଗୀ ମାନେ ଏକ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ପ୍ରଦୀପ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର ପୋଲିସ କରିଥିଲେ।

Leave a Reply

Your email address will not be published. Required fields are marked *