• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଡାକ ବିଭାଗ ଦ୍ବାରା ପି.ଏଲ୍.ଆଇ ଦିବସ ପାଳିତ

Bymamatanews

Feb 3, 2025
Spread the love



ଅନୁଗୁଳ ଡାକ ବିଭାଗ ଦ୍ବାରା ସଦର ବ୍ଲକ ସମ୍ମିଳନୀ କକ୍ଷ ରେ ୧୪୨ ତମ ଡାକ ଜୀବନ ବୀମା ଦିବସ ପାଳିତ ହୋଇ ଯାଇଅଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରତାପ ପ୍ରୀତିମୟ, ମୁଖ୍ୟ ବକ୍ତା ରୂପେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ ବିଶ୍ବଭୂଷଣ, ଅନୁଗୁଳ ଡାକ ଘର ସହ ଡାକ ଅଧିକ୍ଷକ ଶିବପ୍ରସାଦ ବେହେରା, ଡ଼ାକପାଳ ମମତା ପଣ୍ଡା, ନିରୀକ୍ଷକ ରମେଶ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ମାନିତ ଅତିଥି ଙ୍କ ଦ୍ଵାରା ଡାକ ଜୀବନ ବୀମା ର ଉପାଦେୟତା ଏବଂ ଆର୍ଥିକ ଭୂମିକା ସମ୍ବନ୍ଧ ରେ ଆଲୋକପାତ କରାଯାଇଥିଲା । ପରିଶେଷରେ ବୀମା ରେ ଉତ୍କର୍ଷ ଲାଭ କରିଥିବା କର୍ମଚାରୀ ପୁରସ୍କୃତ ହୋଇଥିଲେ । ଅନୁଗୁଳ ଡାକ ଘର ବ୍ୟବସାୟିକ ଅଧିକାରୀ ସୁଜିତ ଦେହୁରୀ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *