• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭାରୀଯାନ ଗାଡ଼ି କଟ ମରାରୁ ମୁକୁଳା ଡ୍ରେନରେ ପଶିଲା କାର

Bymamatanews

Apr 3, 2025
Spread the love

ଜାତୀୟ ରାଜପଥର ବେପରୁଆ ମନୋଭାବ ପାଇଁ ଅଞ୍ଚଳରେ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା

ଅନୁଗୋଳ ଜିଲ୍ଲା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ନିର୍ମିତ ମୁକୁଳା ଡ୍ରେନରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି।

ସୋଭାଗ୍ୟବଶତଃ ଜୀବନହାନୀ ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସ୍ଵାମୀ ସ୍ତ୍ରୀ। ସୂଚନା ଅନୁଯାୟୀ କଟକରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ OD 33AF 2762 ବାଲେନୋ କାର ନୂଆହତା ବାଲିସାହି ଅଞ୍ଚଳରେ ଏକ୍ କୋଇଲା ଗାଡି କଟ ମାରିବାରୁ କାର ଚାଳକ ରାସ୍ତା ପାର୍ଶ୍ଵ କୁ ପଳାଇ ଯିବା ପାଇଁ ଉଦ୍ୟମ କରିବା ବେଳେ ପାର୍ଶ୍ଵରେ ଥିବା ମୁକୁଳା ଡ୍ରେନ୍ ରେ ପଶି ଯାଇଥିଲା କାର। କାର ମଧ୍ୟରେ ସ୍ଵାମୀ ସ୍ତ୍ରୀ ଫଶି ରହିଥିବା ବେଳେ ସ୍ଥାନୀୟ ଜନସାଧାରଣ ପହଞ୍ଚି ସ୍ଵାମୀ ସ୍ତ୍ରୀ କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ କାର୍ କୁ ଉଦ୍ଧାର କରିଥିଲେ। ତେବେ ଜାତୀୟ ରାଜପଥ ବିଭାଗର ଡ୍ରେନ୍ ନିର୍ମାଣ ଅଧିକାରୀଙ୍କ ବେପରୁଆ ମନୋଭାବ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ନେହୁରା ହୋଇଛନ୍ତି ବଅଁରପାଳ ଅଞ୍ଚଳବାସୀ।

Leave a Reply

Your email address will not be published. Required fields are marked *