• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଣୀଗୁଡା ରେଲୱେ କଲୋନୀ ରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ

Bymamatanews

Jun 3, 2025
Spread the love

ପନିକିରେ ହାଣି ହୋଇ ଗୁରୁତ୍ତର ଅବସ୍ଥାରେ ଥିବାବେଳେ ପୋଲିସ କଲା ଉଦ୍ଧାର

ଅନୁଗୋଳ ରେଲୱେ କଲୋନୀରେ ଯୁବକଙ୍କର ଉନ୍ମତ୍ତ କାଣ୍ଡ। ଘଣ୍ଟାଏ କାଳ କଲୋନୀରେ ପନିକି ଧରି ଆତଙ୍କ ଖେଳାଇଲେ। ପରେ ନିଜେ ବେକ କାଟି ଦେଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ଯୁବକ ଜଣଙ୍କ ହେଲେ ମଧ୍ୟପ୍ରଦେଶ ମୁରାନା ଅଞ୍ଚଳର ହରି ରାଜପୁତ ବୋଲି ଜଣା ପଡିଛି। ଯୁବକ ଜଣକ ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ନିକଟ ରେଲୱେ କଲୋନୀରେ ଘଣ୍ଟାଏ କାଳ ପନିକି ଧରି ଲୋକଙ୍କୁ ଗୋଡ଼ାଇଥିଲେ। ପରେ ନିଜେ ପନିକିରେ ବେକ କାଟି ଦେଇଥିଲେ। ବେକ କାଟି ହୋଇ ଯୁବକ ଜଣଙ୍କ ଏଣେ ତେଣେ ବୁଲୁ ଥିବାବେଳେ ରେଲୱେ ପୋଲିସ ଅନୁଗୋଳ ପୋଲିସକୁ ଖବର ଦେଇଥିଲେ। ଅନୁଗୋଳ ପୋଲିସ ପହଞ୍ଚି ଚଣ୍ଡୀବଜାର ନିକଟରୁ ଗୁରୁତ୍ତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

Leave a Reply

Your email address will not be published. Required fields are marked *