• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭିଜିଲାନ୍ସ ଜାଲରେ ଛନ୍ଦା ହେଲେ ଲାଞ୍ଚୁଆ ତାଳଚେର ଥାନା ଏଏସଆଇ

Bymamatanews

Jul 3, 2025
Spread the love

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା ।

ଏହାପରେ ଧରଣୀଧରଙ୍କ ପୈତୃକ ଘର ବାଗଡ଼ିଆ ଥାନା ଖମାର ଏବଂ ତାଳଚେର ହାଣ୍ଡିଧୁଆଁ ଠାରେ ଥିବା ଭଡ଼ା ଘରେ ରେଡ଼ ଚାଲିଛି । ରେଡରେ କଟକ ଏବଂ ଅନୁଗୋଳ ଭିଜିଲାନ୍ସ ବିଭାଗ ୧୧ ଜଣିଆ ଟିମ ସାମିଲ ଥିବା ନେଇ ସୂଚନା ମିଳିଛି। ଆଜି ପ୍ରୀତି ରଞ୍ଜନଙ୍କୁ ଏକ ମାମଲାରେ, ଏଏସଆଇ ଧରଣୀଧର ନାଥ ବେଲ କରାଇ ଦେବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ବେଳେ ପ୍ରୀତି ଅନୁଗୋଳ ଭିଜିଲାନ୍ସ ଅଫିସର ଦ୍ବାରସ୍ଥ ହୋଇଥିଲେ। ଗତ ଏପ୍ରିଲ ମାସ ପ୍ରୀତି ରଞ୍ଜନ ଚୋରା ବିଦେଶୀ ମଦ କାରବାର କରୁଥିବା ନେଇ ଥାନାରେ ମାମଲା ହୋଇଥିଲା । ତାଙ୍କ ପାଖରୁ ଚାରି ଲିଟର ବିଦେଶୀ ମଦ ଜବତ ହୋଇଥିଲା । କିନ୍ତୁ ସେଇ କେସକୁ ନେଇ ବେଲ କରାଇ ଦେବାକୁ କହି ଧରଣୀଧର ପ୍ରୀତି ରଞ୍ଜନଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ପ୍ରୀତି ଅନୁଗୋଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଏଥିପାଇଁ ଭିଜିଲାନ୍ସ ବିଭାଗର ନିର୍ଦେଶ ଅନୁସାରେ ପ୍ରୀତି ରଞ୍ଜନ ଲାଞ୍ଚ ଟଙ୍କା ନେଇ ଥାନାକୁ ଯାଇଥିଲେ । ଥାନାରେ ସେ ଧରାଣୀଧରଙ୍କୁ ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିନେବା ସହ ଲାଞ୍ଚ ଟଙ୍କା ଜବତ କରିଛି । ଏ ପଟେ ଧରଣୀଧରଙ୍କ ପୈତୃକ ଘର ବାଗଡ଼ିଆ ଥାନା ଖମାର ଏବଂ ତାଳଚେର ହାଣ୍ଡିଧୁଆଁ ଠାରେ ଥିବା ଭଡ଼ା ଘରେ ରେଡ଼ ଚାଲି ଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *