ସେବା ପାଇବାରେ ବ୍ୟାଘାତ ନେଇ ଲୋକେ ହେଉଛନ୍ତି ହନ୍ତସନ୍ତ
ଭୁବନେଶ୍ଵର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନରେ ତଥା ବରିଷ୍ଠ ଓଏଏସ ଅଧିକାରୀ ରତ୍ନାକର ସାହୁଙ୍କୁ ଅଫିସ ଭିତରେ ବାହାରେ ଆକ୍ରମଣ କରିବା ଘରଣାକୁ ତୀବ୍ର ପ୍ରତିବାଦ ଜଣାଉଛି ଅନୁଗୋଳ ଜିଲ୍ଲା ଓଏଏସ ଓ ଓଆରଏସ୍ ସଂଘ। ଏହାର ପ୍ରତିବାଦରେ ଆଜିଠାରୁ ଜିଲ୍ଲାର ଓଏଏସ ଓ ଓଆରଏସ ଅଧିକାରୀ ସମୁହ ଛୁଟିରେ ରହିଛନ୍ତି। ଏ ଅଭାବନୀୟ ଘଟଣା ନେଇ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ପ୍ରଶାସନିକ ସେବାର କେନ୍ଦ୍ରବିନ୍ଦୁ, ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ କର୍ତ୍ତବ୍ୟରତ ଜଣେ ବରିଷ୍ଠ ଅଧିକାରୀ ଉପରେ ଏହିପରି ବର୍ବର ଆକ୍ରମଣ ବ୍ୟକ୍ତି ନୁହେଁ ବରଂ ଏହା ସାରା ପ୍ରଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ସଭାରେ ମତ ପ୍ରକାଶ ପାଇବା ସହ ଏହାକୁ ନିନ୍ଦା କରାଯାଇଥିଲା । ଏହି ଘଟଣା ପ୍ରତିବାଦରେ ଆଜି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ବିଧିବଦ୍ଧ କୋଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପର୍ଯ୍ୟନ୍ତ ଛୁଟି କାରି ଉଖିବାକୁ ନିଷ୍ପତ୍ତି ନେଇଛନ୍ତି ଓଏଏସ ଓ ଓଆରଏସ ଅଧିକାରୀ ଗଣ।

