ରେଳ ପଥରେ ଚୋରା ଚାଲାଣ ର ନୂଆ ବାଟ ଆପଣାଇଛନ୍ତି ଅଭିଯୁକ୍ତ
ଅନୁଗୋଳ ରେଲୱେ ଷ୍ଟେସନ ଠାରୁ ଆଜି ଗଞ୍ଜେଇ ଦୁଇ ବସ୍ତା ଜବତ କରି କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଧରିଛି ଅବକାରୀ ବିଭାଗ ଏବଂ ରେଲୱେ ପୋଲିସ ବିଭାଗ । ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ର ଥାନେ ଅଞ୍ଚଳର ୩୨ ବର୍ଷୀୟ ଯୁବକ ବବୁଲ କୁମାର ଓ ୩୩ ବର୍ଷୀୟ ଯୁବକ ରମେଶ କୁମାର ବୋଲି ଜଣା ପଡିଛି। ଦୁଇ ଯୁବକ ଉଚ୍ଚ ଶିକ୍ଷିତ ଥିବା ଥିବା ସହ ଅନୁଗୋଳ ଷ୍ଟେସନ ଅଞ୍ଚଳ ର କୌଣସି ଏକ ହୋଟେଲ ରେ ଦୁଇ ଦିନ ହେବ ଆସି ରହୁଥିବା ଜଣାପଡ଼ଛି। ସୂଚନା ଯେ, ଅବକାରୀ ବିଭାଗକୁ ବିଶେଷ ସୂତ୍ରରୁ ଖବର୍ ମିଳିଥିଲା କି ରେଳପଥ ରେ କିଛି ଯୁବକ ଗଞ୍ଜେଇ ଚୋରା ଚାଲାଣ କରିବାର ରହିଚି ତେବେ ଆଜି ସକାଳ ସମୟରେ ରେଲୱେ ପୋଲିସ ଓ ଅବକାରୀ ବିଭାଗ ଚଢାଉ ଚାଲୁଥିବା ବେଳେ ବାବୁଲ କୁମାର ଏବଂ ରମେଶ କୁମାର ଙ୍କୁ ସନ୍ଦେହ କରି ଯାଞ୍ଚ କରାଯାଇଥିଲା। ଦୁଇ ଜଣ ଙ୍କ ପାଖରୁ ପାଖାପାଖି ପ୍ରାୟ ୫୧କେଜି ଗଞ୍ଜେଇ ମୁମ୍ବାଇ ଅଞ୍ଚଳକୁ ନେଇ ଯାଉଥିବା ଜଣା ପଡିଥିଲା। ଦୁଇ ଜଣ ଙ୍କୁ ଗିରଫ କରିବା ସହ ୫୧ କେଜି ଗଞ୍ଜେଇ କୁ ମଧ୍ୟ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୪୦ ହଜାର ଟଙ୍କା ହେବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ କହିଛନ୍ତି।