• Fri. Sep 5th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କେନାଲ ରେ ବୁଡି ଚାଷିଙ୍କ ମୃତ

Bymamatanews

Sep 3, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ତୁଳସୀପାଳ ଗ୍ରାମରେ ଜଣେ ବ୍ୟକ୍ତି ବିଲ କୁ ଯାଇଥିବା ବେଳେ କେନାଲ ରେ ବୁଡି ମୃତ ଘଟିଛି। ମୃତକ ଜଣଙ୍କ ହେଲେ ତୁଳସୀପାଳ ବରସାହିର ଭଗବାନ ବିଶ୍ଵାଳ ଙ୍କ ୫୪ ବର୍ଷୀୟ ପୁଅ ତୈଲୋକ୍ୟ ବିଶ୍ଵାଳ। ତୈଲୋକ୍ୟ ନିଜ ଚାଷ ବିଲକୁ ଧାନ ଦେଖିବା ପାଇଁ ଯାଇଥିଲେ। ତେବେ ତୈଲୋକ୍ୟ ସନ୍ଧ୍ୟା ହୋଇଯାଇଥିବା ବେଳେ ଘରକୁ ନଫେରିବା ରୁ ପରିବାରବର୍ଗ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ୭ ଘଟିକା ସମୟରେ ପରିବାରଲୋକେ ତୈଲୋକ୍ୟଙ୍କ ମୃତଦେହ ବିଲ ପାଖରେ ଥିବା କେନାଲ ପାଣିରେ ପଡି ରହିଥିବା ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ପରିବାର ଲୋକେ ବଅଁରପାଳ ପୋଲିସ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *