• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଲକୋ ନୋନ୍‌ ଏକଜ୍ୟୁଟିଭ ଏମ୍ପ୍ଲଇଜ ୟୁନିୟନ ର ନିର୍ବାଚନ ଓ ୨୨ ଦଫା ଦାବିନେଇ ପ୍ରଚାର ପ୍ରସାର

Bymamatanews

Oct 3, 2024
Spread the love

ସାଧାରଣ ସମ୍ପାଦକ ରତ୍ନାକର ପରିଡାଙ୍କ ନେତୃତ୍ୱରେ ୨୨ ଦଫା ଦାବିନେଇ ଶ୍ରମିକ ସଂଗଠନ NNEU ର ସମସ୍ତ ସଦସ୍ୟ ସିପିପି ପ୍ଲାଣ୍ଟ ଗେଟ ସମ୍ମୁଖରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର କରିଥିଲେ। ତଥା ୨୨ ଦଫା ଦାବି ଗୁଡିକ ମଧ୍ୟରୁ ଯଥା ନାଲକୋ ର ସୁରକ୍ଷା ପାଇଁ ନୂତନ ସ୍ଥାୟୀ କର୍ମଚାରୀ ନିଯୁକ୍ତି କରିବା। କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଜେନେରାଲ ସିଫ୍ଟ ର ସମୟ ପରିବର୍ତନ କରିବା ସହିତ ସପ୍ତାହକୁ ପାଞ୍ଚ ଦିନିଆଁ କାର୍ଯ୍ୟ ଦିବସ ଲାଗୁ କରିବାର ବ୍ୟବସ୍ତା କରିବା, ନାଲକୋ ର ନିଯୁକ୍ତି ରେ କର୍ମଚାରୀ ମାନଙ୍କର ପିଲା ମାନଙ୍କ ପାଇଁ ସଂରକ୍ଷଣ ଏବଂ କୋହଳ ନୀତି ପ୍ରଚଳନ କରିବା, ନାଲକୋ ରେ ଥିବା ସମସ୍ତ ସ୍କୁଲ ର ଅବ୍ୟବସ୍ଥା ଦୂର କରି କ୍ୱାଲିଟି ଶିକ୍ଷା ପଲିସି ର ବନ୍ଦବସ୍ତ ସହିତ ଆନୁସାଙ୍ଗିକ ସୁବିଧା ସୁଯୋଗ ର ବ୍ୟବସ୍ଥା କରିବା ଏହିପରି ୨୨ ଦଫା ଦାବିନେଇ ପ୍ରଚାର ପ୍ରସାର କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସୁରେଶ ବେହେରା ଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *