
ଅନୁଗୋଳ ଜିଲ୍ଲା ସତ୍ୟ ଓ ଅହିଂସା ର ପୂଜାରୀ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୬ତମ ଜୟନ୍ତୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୧ତମ ଜନ୍ମ ଜୟନ୍ତୀ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧି ପାର୍କ ଠାରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜନ ପ୍ରତିନିଧି ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବୁଦ୍ଧିଳିବୀ ପ୍ରମୁଖ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। । ଅବସରପ୍ରାପ୍ତ ସଭାପତି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଡାଃ ଧରଣୀଧର ନାଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଅହିଁସା ନୀତି ଆଦର୍ଶ ର ବିଭିନ୍ନ ଦିଗପ୍ରତି ଆଲୋକପାତ କରିଥିଲେ ।

ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଅବସରପ୍ରାପ୍ତ ଡଃ. କୁଳମଣୀ ନାୟକ ବାଜି ରାଉତ ଛାତ୍ରାବାସର ଛାତ୍ରୀମାନେ ଗୀତ ପାଠ କରିଥିବା ବେଳେ ରେଭୋରେଣ୍ଟ ଯସ୍ୟ କାଉରୀ ବାଇବେଲ ପାଠ କରିଥିଲେ । ମୌଲାନା ମହମ୍ମଦ ଲିୟାକତ କୋରାନ ପାଠ କରିଥିଲେ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରତ୍ୟୁଷରେ ସହରରେ ରାମଧୁନ ରେକର୍ଡ ବଜାଯାଇ ସହର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ବେଛାସେବୀ, ବୁଦ୍ଧିଜିବୀ , ଗାନ୍ଧୀପ୍ରେମା ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ଅପରାହ୍ନରେ ଗାନ୍ଧୀଙ୍କ ବିଚାର ଓ ଦର୍ଶନକୁ ନେଇ ଜିଲ୍ଲା ପାଠାଗାର ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଡାଃ ଧରଣୀ ଧର ନାଥ,ମୁଖ୍ୟ ବକ୍ତା ଭାବେ ପ୍ରଫେସର କୁମୁଦ ଚନ୍ଦ୍ର ଦାସ,ସମ୍ମାନିତ ବକ୍ତା ଡାଃ ଦଧିବାମନ ପ୍ରଧାନ,ସଂଯୋଜକ ଡାଃ ବୈରାଗୀ ମଲ୍ଲିକ ଯୋଗ ଦେଇ ଗାନ୍ଧିଙ୍କ ଜୀବନି,ଅହିଂସା ନୀତି ଓ ଆଦର୍ଶ ସମ୍ପର୍କରେ ଫୁଖାନ୍ୟୁଫୁଖ ଭାବେ ଆଲୋଚନା କରିଥିଲେ ।
