ଝିଅକୁ ନ ପାଇଲେ ଆତ୍ମହୁତି ଦେବା ନେଇ ମା ଦେଲେ ଚେତାବନୀ
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ଅଞ୍ଚଳରେ ରହୁଥିବା ବନିତା ଦାସ ଙ୍କ ୧୬ ବର୍ଷୀୟ ଝିଅକୁ ଅପହରଣ କରିଛି ଜଣେ ଯୁବକ ବୋଲି ଥାନାର ଅଭିଯୋଗ ହୋଇଥିଲେ ମଧ୍ୟ ମିଳିନାହିଁ ସୁଫଳ । ସୂଚନା ଯେ, ଜରପଡ଼ା ଥାନା ଅଞ୍ଚଳର କିଶୋର୍ ଦାସ ଏବଂ ବନିତା ଦାସ ପରିବାର ଟାଉନ ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ଅଞ୍ଚଳର ରହୁଛନ୍ତି। ତାଙ୍କର ୧୬ ବର୍ଷୀୟ ଝିଅ ଅମଲାପଡା ଅଞ୍ଚଳରେ ଥିବା ଏକ ଘୋରୋଇ କ୍ଲିନିକ୍ରେ ଟ୍ରେନିଂ ନେଉଥିଲେ। ଗତ ୨୫/୧୧/୨୦୨୪ ତାରିଖ ଦିନ ଜଣେ ଯୁବକ ଅପହରଣ କରି ନେଇଯାଇଥିବା ବାପା, ମା ଜାଣିବା ପରେ ଟାଉନ ଥାନା ରେ ଅଭିଯୋଗ କରିଥିଲେ। ଆଜିକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଝିଅକୁ ନ ପାଇବାରୁ ବାଧ୍ୟ ହୋଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଝିଅ କୁ ପାଇବା ପାଇଁ ନିବେଦନ କରିଛନ୍ତି। ସବୁଠାରୁ ବଡ କଥା ହେଉଛି କି ଯଦି ଝିଅ କୁ ନ ପାଇବେ ଆତ୍ମହୂତି ଦେବା ନେଇ ଚେତାବନୀ ଦେଇଛନ୍ତି ନାବାଳିକାର ମା ।
