• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମାମଲା ଉଠାଇବାକୁ ମହିଳାଙ୍କୁ ଆକ୍ରମଣ ସହ ଧମକ ନେଇ ଥାନାରେ ଅଭିଯୋଗ

Bymamatanews

Dec 3, 2024
Spread the love

ବଅଁରପାଳ ବ୍ଲକ ଅନ୍ତର୍ଗତ ପୁରୁକିଆ ଗାଁର ଜଣେ ମହିଳାଙ୍କୁ ପୂର୍ବ ମାମଲା ଉଠାଇବାକୁ ଦୁର୍ବ୍ୟବହାର ଓ ଜୀବନରେ ମାରିଦେବାକୁ ଧମକ ଦେବା ନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,ପୂରୁକିଆ ଗ୍ରାମର ଜଣେ ମହିଳା ଘରେ ଏକୁଟିଆ ଥିଲାବେଳେ ସକାଳ ପ୍ରାୟ ନଅଟା ବେଳେ ସେହି ଗ୍ରାମର ଜଣେ ଯୁବକ ଉକ୍ତ ମହିଳା ଙ୍କ ଘରେ ବଳପୂର୍ବକ ପଶିଥିଲେ। ଯୁବକ ଜଣକ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ କେସ ଉଠାଇଦେବାକୁ ଧମକ ଦେଇ ଟଣା ଓଟରା କରିଥିଲେ। ମହିଳା ଜଣକ ଏହାର ବିରୋଧ କରିଥିଲେ। ଯୁବକ ଜଣକ ଏକ ଟାଙ୍ଗିଆ ଧରି ମହିଳାଙ୍କୁ ହାଣିବା ପାଇଁ ଗୋଡାଇଥିଲେ। କୌଶଳ କ୍ରମେ ମହିଳା ଜଣକ ଯୁବକଙ୍କ ଠାରୁ ଖସି ପଳାଇ ଯାଇଥିଲେ। ଉକ୍ତ ଯୁବକ ପୂର୍ବରୁ ରାସ୍ତା ଘାଟରେ ମହିଳାଙ୍କୁ ଅଟକାଇ ଉଠାଇ ନେବାକୁ ଧମକ ଚମକ ଦେଉଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି। ବଅଁରପାଳ ପୁଲିସ ଏକ ମାମଲା ରୁଜୁ କରି ଏସ୍ ଆଇ ଅର୍ଚ୍ଚନା ନାୟକ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *