ତିନି ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇ ଦୁଇ ହାତୀ ଦାନ୍ତ ଜବତ କରିଛି ବନବିଭାଗ ।
କେନ୍ଦୁଝର ଜିଲ୍ଲା ବନ ବିଭାଗ କୁ ମିଳିଛି ବଡ଼ ସଫଳତା। ହାତୀଦାନ୍ତ ବିକ୍ରି ଯେlଜନା ବେଳେ ବନ ବିଭାଗର ଚଢାଉ, ଦୁଇଟି ହାତୀଦାନ୍ତ ସହ ତିନି ମୋଟର ସାଇକେଲ ଓ ତିନୋଟି ମୋବାଇଲ୍ ଜବତ। ଏହି କାରବାରେ ସଂପୣକ୍ତ ତିନ ଜଣକୁ ଗିରଫ କରିଛି ବନ ବିଭାଗ l କେନ୍ଦୁଝର ଜିଲ୍ଲା ଚମ୍ପୁଆ ଫଗୁ ପେlଲ ଆମ୍ବ ବଗିଚା ନିକଟରେ ହାତୀ ଦାନ୍ତ ବିକ୍ରି ପାଇଁ ଯେlଜନା ଚାଲିଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଟିମ ଚଢାଉ କରିଥିଲା ଏହି ଚଢ଼ାଉ ଇ ସି ଏଫ ଅଶୋକ ଦାସଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲାର ତିନୋଟି ରେଞ୍ଜର ଯଥା ବଡ଼ବିଲ ରେଞ୍ଜର, ଚମ୍ପୁଆ ରେଞ୍ଜର ଓ ବାଂଶପାଳ ରେଞ୍ଜରଙ୍କ ସହ ରେଭାନ୍ୟୁ ଓ ପୋଲିସ୍ ବିଭାଗ ମିଶି ଏହି ଚଢାଉ କରିଥିଲେ। ହାତୀଦାନ୍ତ ବିକ୍ରି ପାଇ ଯେlଜନା ଚାଲିଥିବା ବେଳେ ଘଟଣା ସ୍ଥଳରୁ ଦୁଇଟି ହାତୀଦାନ୍ତ ସହ ତିନିଜଣକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସୂଚନା ଗିରଫ ବ୍ୟକ୍ତି ହେଲେ ଝାଡଖଣ୍ଡ ଜଗନ୍ନାଥ ପୁର ଅଞ୍ଚଳର ଗୁରୁଚରଣ କେରେଇ , ଢେଙ୍କାନାଳ ଅଞ୍ଚଳର କୈଳାସ ତିରିଆ ଓ ଚମ୍ପୁଆ ବ୍ଲକ ଉଖୁଣ୍ଡା ବଳଭଦ୍ର ପୁର ଗ୍ରାମର ମିଶ୍ରା ମୁଣ୍ଡା l ଏହା ସହିତ ସେମାନେ ବ୍ୟବହାର କରି ଆସିଥିବା ତିନୋଟି ବାଇକ ଓ ତିନୋଟି ମେlବାଇଲ କୁ ମଧ୍ୟ ଜବତ କରିଛି ବନ ବିଭାଗ l ଯାହାକି ସୂଚନା ରହିଛି ଏଠାରେ ହାତୀ ଦାନ୍ତ ବିକ୍ରି ପାଇଁ ଗ୍ରାହକ ଅପେକ୍ଷା ରେ ଥିବା ବେଳେ ବନ ବିଭାଗ ଚଢାଉ କରିଥିଲା l ଦୁଇଟି ଦାନ୍ତର ଓଜନ ଗୋଟିଏର ପାଖାପାଖି ସାତ କିଲୋ ପାଞ୍ଚଶହ ଗ୍ରାମ ହୋଇଥିବା ବେଳେ ଅନ୍ୟଟି ଛଅ କିଲୋ ଆଠସହ ଗ୍ରାମ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
