• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଗୋମାତା ସହ ଲୁନା ଚାଳକ ଙ୍କ ମୁହଁମୁହିଁ ଧକ୍କା

Bymamatanews

Dec 3, 2025
Spread the love

ଗୁରୁତ୍ତର ଅବସ୍ଥାରେ ଲୁନା ଚାଳକ କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କଲା ପୋଲିସ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ନୂଆ ହତା ପଞ୍ଚାୟତ ର ଜୁରାଗାଡ଼ିଆ ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥ ରେ ଗାଈ ସହ ଲୁନା ଚାଳକ ଙ୍କ ମୁହଁମୁହିଁ ଧକ୍କା ହେବା ଫଳରେ ଚାଳକ କୁ ଗୁରୁତ୍ତର ଅବସ୍ଥାରେ ବଅଁରପାଳ ପୋଲିସ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି। ଗୁରୁତ୍ତର ଲୁନା ଚାଳକ ଜଣଙ୍କ ହେଲେ କଟକ ବାଙ୍କୀ ଅଞ୍ଚଳର କଳାପଥର ଗ୍ରାମର ଭାଗୀରଥୀ ବେହେରା। ଭାଗୀରଥୀ ପ୍ରାୟ ୧୦ ବର୍ଷ ହେବ ଅଞ୍ଚଳରେ ରହି କବାଡ଼ି ବେପାର କରି ପ୍ରତିପୋଷଣ କରନ୍ତି। ଆଜି ସନ୍ଧ୍ୟା ୯ ଘଟିକା ସମୟରେ କଣ୍ଟାବଣିଆ ଅଞ୍ଚଳକୁ ଯାଉଥିବା ବେଳେ ରାସ୍ତାରେ ଗୋମାତା ସହ ଧକ୍କା ହୋଇ ଗୁରୁତ୍ତର ଅବସ୍ଥାରେ ଜାତୀୟ ରାଜପଥ ରେ ପଡି ରହିଥିଲେ। ରାସ୍ତା ର ପଥଚାରୀ ମାନେ ପୋଲିସ କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥାନା ଗାଡିରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି।

Leave a Reply

Your email address will not be published. Required fields are marked *